ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାରେ ହୋଇଥିବା ଆତଙ୍କବାତୀ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସମର୍ଥିତ ସଂଗଠନ ପିଏଏଫଏଫ ନିଜକୁ ଦାୟୀ କରିଛି ।
ଜୈଶ ଓ ଲସ୍କର ସହ ପିପୁଲ୍ସ ଆଣ୍ଟ-ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ପକ୍ଷରୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜାରି କରିଥିବା ଏକ ବିବୃତିରେ ଦାବି କରିଛି ଯେ ସେମାନେ ଯୋଜନା କରି ଭାରତୀୟ ସେନାକୁ ଆମ୍ବୁସରେ ଫସାଇଦେଇଥିଲେ ।
ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ଲେଖାରେ କୁହାଯାଇଛି “ଏହି ଘଟଣାରେ ତୁମର ମୃତ୍ୟୁ ହୋଇଛି ଏଣୁ ଆମେ ଜିତିଲୁ । ପୁଣି ଯଦି ଏହି ଏନକାଉଣ୍ଟରରେ ଯଦି ଆମର ମୃତ୍ୟୁ ବି ହୁଏ, ତେବେବି ଆମେ ଜିତିବୁ, କାରଣ ଆମ ଲକ୍ଷ୍ୟ ପାଇଁ ଆମେ ଜୀବନ ଦେଇଦେଲୁ । ଭାରତୀୟ ସେନାର ଦୁର୍ବଳତାର ଫାଇଦା ଉଠାଇବା କେତେ ସହଜ । ଆମ୍ବୁସ ଅଂଚଳକୁ ଭାରତୀୟ ସେନାକୁ ଟାଣି ଆଣିବା କେତେ ସହଜ । ଏପ୍ରିଲ ୨୦ରେ ବି ଆମେ ଫାଶ ବସାଇଥିଲୁ ଓ ସେନାକୁ ଜଙ୍ଗଲକୁ ଟାଣିଆଣିଲୁ । ଆମ ଯୋଜନାରେ କେତେ ସହଜରେ ସେନା ଫସିଗଲା । “