ଇସ୍ଲାମ୍ବାଦ: ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନର ଷ୍ଟକ ମାର୍କେଟ କ୍ରାସ୍ କରିଛି । କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦ କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି ।
ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସେୟାର ମାର୍କେଟ ବଡ଼ ଧରଣର କ୍ଷତି ସହିଛି । ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ସୂଚନା ମନ୍ତ୍ରୀ ଆତା ଉଲ୍ଲା ତାରଡ କହିଥିଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଆକ୍ରମଣ କରିପାରେ ଭାରତ । ଏହି ବୟାନ ପରେ ପାକିସ୍ତାନ ସେୟାର ବଜାରରେ ଅନିଶ୍ଚିତତା ଦେଖା ଦେଇଥିଲା ।
ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/01/TFT9b7HGPrGXO8kspdLj.jpg)