ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Advertisment

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣେ ନିବାସୀ ସନ୍ତୋଷ ଜଗଦାଲେଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ଝିଅ ଅସାବରୀ ଏବଂ ପତ୍ନୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି।  ମଙ୍ଗଳବାର ସନ୍ଧ୍ୟାରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଗଦାଲେଙ୍କ ମୃତଦେହକୁ ଗୁରୁବାର ପୁଣେ ଅଣାଯାଇଥିଲା।

ମୃତ ସନ୍ତୋଷଙ୍ ୨୬ ବର୍ଷୀୟା ଅସାବରୀ ଜଣେ ମାନବ ସମ୍ବଳ ବିଶେଷଜ୍ଞ ଭାବେ କାମ କରନ୍ତି। ସେ ତାଙ୍କ ପିତାଙ୍କ ଶବଯାତ୍ରା ସମୟରେ ଜଗଦାଲେଙ୍କ ଶବକୁ କାନ୍ଧ ‌ଦେଇଥିଲେ। ଏହି ସମୟରେ ଅସାବରୀ ଆତଙ୍କବାଦୀ ଆକ୍ରମଣ କରିଥିବା ବେଳେ ରକ୍ତଛିଟା ପଡ଼ିଥିବା ପୋଷାକକୁ ପିନ୍ଧି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ଜଗଦାଲେଙ୍କ  ଶେଷକୃତ୍ୟରେ ସାମିଲ ହୋଇଥିବା ଲୋକମାନେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଥିଲେ।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଜଗଦାସଲେଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।