ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟି ଉପର ଅଞ୍ଚଳରେ ଆତଙ୍କବାଦୀମାନେ କେହି କିଛି ବୁଝିବା ପୂର୍ବରୁ ପର୍ଯ୍ୟଟକମାନଙ୍କ ଉପରେ ଗୁଳିମାଡ଼ କରିଥିଲେ।

Advertisment

ଆତଙ୍କବାଦୀଙ୍କ ଏହି ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପହଲଗାମ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀ  ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଦେଇଛନ୍ତି। 

ପୁଲିସ ସୂତ୍ରରୁ ପ୍ରକାଶ,  ଆହତ ପର୍ଯ୍ୟଟକମାନେ ରାଜସ୍ଥାନ, କାଶ୍ମୀର ଓ ସ୍ଥାନୀୟଅଞ୍ଚଳର ବାସିନ୍ଦା ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ।।

ଆତଙ୍କବାଦୀଙ୍କ ଗୁଳିକାଣ୍ଡ ଘଟଣାକୁ ବଖାଣି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି, ‘ଆମ ସାମ୍ନାରେ କିଛି ପର୍ଯ୍ୟଟକ ଯାଉଥି‌ଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କୁ ଅଟକାଇ ଥିଲେ। ଆଉ ପଚାରିଥିଲେ ତୁମେ ମୁସଲମାନ କି? ଏମାନଙ୍କ ମଧ୍ୟରୁ ଯିଏ ମୁସଲମାନ ନୁହନ୍ତି ବୋଲି କହିଥିଲେ ସେମାନଙ୍କ ଉପରକୁ ଗୁଳି କରିଥିଲେ।

ଆତଙ୍କବାଦୀଙ୍କ ଗୁଳିରେ ଜଣକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାକି ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଏହି ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ଫୋନରେ କଥା ହୋଇ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାପ‌ରେ ଏକ ଜରୁରୀକାଳିନ ବୈଠକ ଡାକିଛନ୍ତି।