ଚେନ୍ନାଇ: ପହଲଗାମ ଆକ୍ରମଣ ସହ ଜଡ଼ିତ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଚେନ୍ନାଇରୁ ବିମାନ ଯୋଗେ କଲେମ୍ବା ଯାତ୍ରା କରୁଥିବା ଖବର ଆଜି ମଧ୍ୟାହ୍ନରେ ପ୍ରଥମେ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଦିଆଯାଇଥିଲା। ଏହା ପରେ ଶ୍ରୀଲଙ୍କା ବିମାନବନ୍ଦରରେ ବଡ଼ଧରଣର ତଲାସି ଅଭିଯାନ କରାଯାଇଛି। ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ୟୁଏଲ୍ ୧୨୨ ବିମାନଟି କଲମ୍ବୋର ବନ୍ଦରନାୟକେ ବିମାନବନ୍ଦରରେ ୧୧ଟା ୫୯ ମିନିଟ୍ରେ ପହଞ୍ଚିବା ପରେ ଏହାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି।
ଶ୍ରୀଲଙ୍କା ପୁଲିସ, ଶ୍ରୀଲଙ୍କା ବାୟୁସେନା ଏବଂ ବିମାନବନ୍ଦର ସୁରକ୍ଷା ବିଭାଗ ମିଳିତ ଭାବେ ସର୍ଚ ଅପରେସନ୍ କରିଛନ୍ତି। କିନ୍ତୁ ଏଯାବତ୍ କେହି ସନ୍ଦିଗ୍ଧ ମିଳିନାହାନ୍ତି। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଦେଶ ମଧ୍ୟରେ ସୁରକ୍ଷା କଡ଼ାକଡ଼ି ହୋଇଥିବାବେଳେ ଠିକ୍ ଏହି ସମୟରେ ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ ୬ ଜଣ ଲସ୍କର-ଏ-ତୋଇବା (ଏଲ୍ଇଟି) ଆତଙ୍କବାଦୀ ଶ୍ରୀଲଙ୍କାନ୍ ଏୟାରଲାଇନ୍ସ ବିମାନରେ ବସିଥିବା ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/m4PWDvMnJ07xLMFtgmkc.jpg)