ଶ୍ରୀନଗର: ପହଲଗାମ୍ ଆତଙ୍କୀ ହମଲା ଘଟଣା । ମୃତକଙ୍କ ପରିବାର ପାଇଁ ବଡ ଘୋଷଣା । ସହାୟତା ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓମାର ଅବଦୁଲା ସରକାର ।
ତେବେ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିଲା ବ୍ୟକ୍ତିଙ୍କ ପରିବାକୁ ୧୦ ଲକ୍ଷ, ଗୁରୁତରଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ତେବେ ଆହତଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଏବଂ ମୃତକଙ୍କ ପରିବାର ମରଶରୀର ସହ କେମିତି ସେମାନଙ୍କ ଘରେ ପହଞ୍ଚିବେ ସେ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/23/EnZEN6wH82qIZP5w7qcL.jpg)