ପହଲଗାମ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ ଏହାର କଡା ଜବାବ ଦେବ ବୋଲି ଦାବି କରିଛନ୍ତି।
ଏହି କ୍ରମରେ ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- 'ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ କାର୍ଯ୍ୟ ପାଇଁ ମୁଁ ଦୁଃଖିତ । ମୋର ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ପ୍ରକାଶ କରିବା ମୋ ପାଇଁ କଷ୍ଟକର।
Words fail to express the sadness and anger at the treachery and inhumane act of violence that has occurred in Pahalgam. In times like these, one can only turn to God and say a prayer for the families that suffered and express my deepest condolences. May we as a Nation, stand…
— Shah Rukh Khan (@iamsrk) April 23, 2025
ଏପରି ସମୟରେ ଆମେ କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରିପାରିବା ଏବଂ ମୃତକଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇ ପାରିବା। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏହି ଜଘନ୍ୟ ଅପରାଧର ନ୍ୟାୟ ପାଇବା।’
ଶାହରୁଖ ଖାନଙ୍କ ବ୍ୟତୀତ, ଅନେକ ସେଲିବ୍ରିଟି ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଃଖ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ର ଲେଖକ ଜାଭେଦ ଅଖତର ମଧ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ଏହା ଅତ୍ୟନ୍ତ ଦୁଃଖଦ ଘଟଣାା। କୌଣସି ପରିସ୍ଥିତିରେ ପହଲଗାମର ଆତଙ୍କବାଦୀମାନଙ୍କୁ ଖସିଯିବାକୁ ଦିଆଯାଇପାରିବ ନାହିଁ। ଲୋକଙ୍କୁ ବିନା ଦୋଷରେ ଏଭଳି ହତ୍ୟା କରିବାର ଫଳ ସେମାନଙ୍କୁ ନିଶ୍ଚୟ ମିଳିବ... ନିଶ୍ଚୟ ମିଳିବ।
ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, କରୀନା କପୁର, କିଆରା ଆଡଭାନୀ ଏବଂ ସୋନାକ୍ଷୀ ସିହ୍ନା ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।