ଶ୍ରୀନଗର: ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶ୍ରୀନଗରରେ ଶାହା ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି । ଶୋକାକୂଳ ପରିବେଶରେ ୨୬ ଜଣ ପର୍ଯ୍ୟଟକଙ୍କୁ ଶାହା ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ବେଳେ ଶ୍ରୀନଗରରୁ ଆସି ମୃତକଙ୍କ ଘରକୁ ବାହାରିବ ମରଶରୀର ।
#WATCH | Union Home Minister Amit Shah pays tributes to the victims of the Pahalgam terror attack, in Srinagar, J&K pic.twitter.com/tPRSj4ewUg
— ANI (@ANI) April 23, 2025
ତେବେ ଶାହା ଆଜି ପହଲଗାମ୍ ଯିବାର ଯୋଜନା ରହିଛି । ପହଲଗାମ୍ ପହଞ୍ଚି ସେଠାରେ ମୃତକଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କୁ ସମବେଦନା ଜଣାଇବେ । ମଙ୍ଗଳବାର ଆତଙ୍କୀ ହମଲାରେ ଥରିଥିଲା ପହଲଗାମ୍ । ଅନ୍ଧାଧୁନ ଗୁଳି କରି ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କୀ ।
କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ସବୁଠୁ ବଡ ଆତଙ୍କୀ ହମଲା କୁହାଯାଉଥିବା ବେଳେ ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଦେଶବାସୀ ଦାବି କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଗସ୍ତକୁ ଅଧାରେ ରଖି ଭାରତ ଫେରି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।
#WATCH | Union Home Minister Amit Shah pays tributes to the victims of the Pahalgam terror attack, in Srinagar, J&K pic.twitter.com/HSj2va7LsN
— ANI (@ANI) April 23, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/23/EvXK6wiQTnCfutPLnOPg.jpg)