ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା ପରେ ଜାରି ରହିଛି ସର୍ବଦଳୀୟ ବୈଠକ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ସର୍ବଦଳୀୟ ବୈଠକ ।

Advertisment

ତେବେ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଏସ ଜୟଶଙ୍କର, ଜେପି ନଡ୍ଡା, ନିର୍ମଳା ସୀତାରମଣ ସାମିଲ ଅଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାମିଲ ରହିଛନ୍ତି ।

ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର ଥିବା ବେଳେ ସର୍ବଦଳୀୟ ବୈଠକରେ ନିଆଯାଇପାରେ ବଡ ନିଷ୍ପତ୍ତି । ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଶାହା । ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ହଠାତ୍ ଭେଟିବାକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଛି । ଆଗକୁ ପାକିସ୍ତାନ ବିରୋଧରେ ଏବଂ ଆତଙ୍କବାଦ ବିରୋଧରେ ବଡ ଆକ୍ସନ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।