୩ଦିନ ହେଲା କାନରେ ହେଉଥିବା ଯନ୍ତ୍ରଣାକୁ ମାମୁଲି ବୋଲି ଭାବୁଥିଲେ ଯୁବକ, ଡ଼ାକ୍ତରଖାନାରେ ପହଞ୍ଚିବା ପରେ କାନରୁ ବାହାରିଲା ଝିଟିପିଟି !
ନୂଆଦିଲ୍ଲୀ : ଚୀନ୍ର ଗୁଆଁଗଜୋ ସହରରେ ଏକ ଅଜବ ଘଟଣା ଘଟିଛି । ଜଣେ ଯୁବକ ଶୋଇ ସାରି ଉଠିବା ପରେ ତାଙ୍କ କାନରେ ଭୟଙ୍କର ଯନ୍ତ୍ରଣା ହୋଇଥିଲା । ପ୍ରଥମେ ସେ ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଧିକ ଥଣ୍ଡା ହେଉଥିବା ହେତୁ ଏପରି ହେଉଛି ବୋଲି ଭାବିଥିଲେ । କିନ୍ତୁ ୩ ଦିନ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ଯୁବକ ଡ଼ାକ୍ତରଖାନାରେ ଯାଇ ପହଞ୍ଚିଥିଲେ । କାନ ଭିତରେ ପିମ୍ପୁଡ଼ି ପଶି ଏଭଳି ଯନ୍ତ୍ରଣା ହେଉଥିବା କଥା ଡ଼ାକ୍ତର ପ୍ରଥମେ ଭାବିଥିବା ବେଳେ ଯାଞ୍ଚ ପରେ କାନ ଭିତରେ ଥିବା ଜୀବକୁ ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାନର ପରୀକ୍ଷା ହେବା ପରେ ଭିତରେ ଛୋଟ ଝିଟିପିଟି ଥିବା ଦେଖି ଡ଼ାକ୍ତରଙ୍କ ସମେତ ଯୁବକଙ୍କ ହୋସ ଉଡ଼ି ଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଝିଟିପିଟି କାନ ଭିତରେ ପଶି ଯାଇଥିଲେ ମଧ୍ୟ ବୁଲି କରି ବାହାରକୁ ବାହାରି ପାରି ନଥିଲା । ଫଳରେ ଯୁବକଙ୍କ କାନରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କାନରୁ ଝିଟିପିଟିକୁ ବାହାର କରିବା ପାଇଁ ଡ଼ାକ୍ତର ଅସ୍ତ୍ରୋପଚାର କରିଥିଲେ,ଯାହା ବହୁତ କଠିନ ଥିଲା । ଅସ୍ତ୍ରୋପଚାର ପରେ ଯୁବକଙ୍କ ଯନ୍ତ୍ରଣା କମ ହୋଇଥିଲେ ମଧ୍ୟ ଗୋଟେ କାନକୁ ଶୁଭୁ ନଥିବା ଜଣା ପଡ଼ିଛି ।