ରାୟପୁର: ଆପଣ ଜାଣନ୍ତି ଯେ ଗାଈର ଗୋବର ଓ ମୂତ୍ର ଅତ୍ୟନ୍ତ ଉପଯୋଗୀ ହୋଇଥାଏ | ଗାଈର ଗୋବର ଏବଂ ମୂତ୍ର ଚାଷ ଠାରୁ ଆରମ୍ଭ କରି ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହୃତ ହୁଏ | କିନ୍ତୁ ଆପଣ କେବେ ଭାବିଛନ୍ତି କି ଗାଈ ଗୋବରରୁ ରଙ୍ଗ ମଧ୍ୟ ତିଆରି କରାଯାଇପାରେ | ହଁ, କେବଳ ଗୋବରରୁ ରଙ୍ଗ ତିଆରି କରାଯାଇନାହିଁ ନଥିଲା, ବରଂ ବର୍ତ୍ତମାନ ସରକାରୀ ଅଟ୍ଟାଳିକାରେ ମଧ୍ୟ ଏହି ରଙ୍ଗ ଦିଆଯାଉଛି। ବାସ୍ତବରେ ଛତିଶଗଡ ସରକାର ଏକ ନିଆରା ପଦକ୍ଷେପ ନେଇ ସରକାରୀ କୋଠା, ବିଦ୍ୟାଳୟ ଏବଂ ହଷ୍ଟେଲରେ ଗୋବରରୁ ନିର୍ମିତ ଜୈବିକ ରଙ୍ଗ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ରାଜ୍ୟର ବରିଷ୍ଠ ଅଧିକାରୀମାନେ ଶନିବାର ଦିନ କହିଛନ୍ତି ଯେ ରାଜ୍ୟର ରାୟପୁର ଏବଂ କାଙ୍କେର ଜିଲ୍ଲାରେ ଗୋବରରୁ ରଙ୍ଗ ତିଆରି ପାଇଁ ୟୁନିଟ୍ ପ୍ରତିଷ୍ଠା କରାଯାଇଛି।

Advertisment

ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାରେ ୟୁନିଟ ପ୍ରତିଷ୍ଠା କରାଯିବ। ଅଧିକାରୀ କହିଛନ୍ତି ଯେ ଏହି ଜୈବିକ ରଙ୍ଗର ବ୍ୟବହାର କେବଳ ପରିବେଶ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ ନାହିଁ ବରଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ମଜବୁତ କରିବ। ମିଳିଥିବା ସୂଚନା ମୁତାବକ ୧୦୦ କିଲୋଗ୍ରାମ ଗୋବରରୁ ପ୍ରାୟ ୧୦ କିଲୋଗ୍ରାମ ଶୁଖିଲା ସେଲୁଲୋଜ୍ ପ୍ରସ୍ତୁତ କରାଯାଏ |

ଆଉ ଏହି ରଙ୍ଗରେ ବ୍ୟବହୃତ ହେଉଥିବା ସେଲୁଲୋଜରେ କାର୍ବୋକ୍ସିମିଥାଇଲ ରହିଥାଏ |ଏହି ରଙ୍ଗ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଫଙ୍ଗାଲ ହେବା ସହ ପରିବେଶ ଅନୁକୂଳ ଏବଂ ଦୁର୍ଗନ୍ଧମୁକ୍ତ ହୋଇଥାଏ । ଗୋବରରୁ ଉତ୍ପାଦିତ ଦୁଇ ପ୍ରକାରର ରଙ୍ଗର ମୂଲ୍ୟ ଯଥାକ୍ରମେ ଲିଟର ପିଛା ୧୨୦ ଟଙ୍କା ଏବଂ ଲିଟର ପିଛା ୨୨୫ ଟଙ୍କା ରଖାଯାଇଛି |