ଢ଼ାକା: ବାଂଲାଦେଶ ସୀମାରେ ବିଏସଏଫ ଯବାନ ଏକ ପିଞ୍ଜରା ସହିତ ଦୁଇଟି ଦୁର୍ଲଭ ପକ୍ଷୀକୁ ଉଦ୍ଧାର କରିଛନ୍ତି। ଆନ୍ତର୍ଜାତୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଜବତ ହୋଇଥିବା ଦୁଇ ମୂଲ୍ୟବାନ ପକ୍ଷୀଙ୍କୁ କୋଲକାତାର ଅଲିପୁରରେସ୍ଥିତ ଜୁଲୋଜିକାଲ୍ ଗାର୍ଡେନକୁ ଦିଆଯାଇଛି। ଏହା ଏକ ଦୁର୍ଲଭ ପକ୍ଷୀ । ଯାହାକୁ ମଧ୍ୟ ଆମେରିକାର ଦେଶ ବେଲିଜର ଜାତୀୟ ପକ୍ଷୀ ବୋଲି କୁହାଯାଇଥାଏ। ଏହି ପ୍ରଜାତି ଦକ୍ଷିଣୀ ମେକ୍ସିକୋରୁ କଲମ୍ବିଆ ଯାଏଁ ଜଙ୍ଗଲମାନଙ୍କରେ ଦେଖାଯାଇଥାଏ।
ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟ ୧୩ତାରିଖରେ ଗୁଇନ୍ଦା ବିଭାଗର ସୂଚନା ମୁତାବକ ବିଏସଏଫ ଯବାନ ଆନ୍ତର୍ଜାତୀୟ ସୀମା ନିକଟସ୍ଥ ହଳଦର ପାରା ଗାଁର ପଛରେ ଥିବା ଜଙ୍ଗଲ ଆଖପାଖର ଅଞ୍ଚଳରେ ଏକ ବିଶେଷ ଅନୁସନ୍ଧାନ ଅଭିଯାନ ଚଲାଇଥିଲେ। ଏହି ସମୟରେ ଯବାନମାନେ ଜଙ୍ଗଲର ଭିତରେ ଥିବା ଏକ ବାଉଁଶ ବୁଦା ପଛରେ ଲୁଚି ବସିଥିବା ୨ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ପାଇଥିଲେ। ଏଭଳି ଘଞ୍ଚ ଜଙ୍ଗଲ ଭିତରେ ଦୁଇଜଣ କାହିଁକି ଲୁଚି ରହିଛନ୍ତି ଜାଣିବାକୁ ଚାହିଁ ଯବାନମାନେ ଦୁହିଁଙ୍କ ପାଖକୁ ଯାଉଥିବା ବେଳେ ୨ଜଣ ସନ୍ଦିଗ୍ଧ ହଠାତ ଭାରତୀୟ ଗାଁ ଆଡ଼କୁ ଦୌଡ଼ି ପଳାଇଥିଲେ। ଯେତେବେଳେ ଯବାନମାନେ ଦୁହିଁଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ସନ୍ଦିଗ୍ଧ ପ୍ରାଣବିକଳରେ ପିଞ୍ଜରା ସହିତ ପକ୍ଷୀ ଦୁଇଟିକୁ ଘଟଣାସ୍ଥଳରେ ଫିଙ୍ଗି ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏହା ପରେ ଯବାନ ଜଙ୍ଗଲରୁ ପିଞ୍ଜରା ସହିତ ୨ଟି ଦୁର୍ଲଭ ଟୁକେନ ପକ୍ଷୀ ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/download-15.jpg)