ଇଟାନଗର: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ଆଜି ଅରୁଣାଚଳ ପ୍ରଦେଶରୁ ଗିରଫ କରାଯାଇଛି। ଅରୁଣାଚଳର ଅନ୍ଜ ଜିଲ୍ଲାରୁ ଏହି ଗୁପ୍ତଚରଙ୍କୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଉକ୍ତ ବ୍ୟକ୍ତିର ନାମ ନିର୍ମଳ ରାୟ। ଡିଜିପି ଏସ୍ବିକେ ସିଂହଙ୍କ କହିବାନୁଯାୟୀ ରାୟ ନିୟନ୍ତ୍ରଣ ରେଖା ନିକଟସ୍ଥ କିବିଟୁ ଏବଂ ଦିଚୁ ନାମକ ଦୁଇଟି ସୀମା ଘାଟିରେ ସେନାବାହିନୀର ଜିନିଷପତ୍ର ନେବା ଆଣିବାପାଇଁ କାର୍ଯ୍ୟ କରି ଆସୁଥିଲେ। ତାଙ୍କୁ ଗତ ୬ ତାରିଖରେ ଗିରଫ କରାଯାଇ ଅରୁଣାଚଳ ପୁଲିସକୁ ହସ୍ତାନ୍ତର କରାଯାଇଛି। ରାୟ ନେପାଳି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ତେବେ ରାୟର ସନ୍ଦେହଜନକ କାର୍ଯ୍ୟ ପାଇଁ ତା’ ଉପରେ ଗତ ଗୋଟିଏ ମାସ ହେବ ନଜର ରଖାଯାଇଥିଲା। ପାକିସ୍ତାନ ଆଇଏସ୍ଆଇ ଦ୍ବାରା ସେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ରାୟ ନିକଟରୁ ଏକ ସ୍ମାର୍ଟଫୋନ୍ ଜବତ କରାଯାଇଛି।
ଅରୁଣାଚଳରୁ ପାକ୍ ଗୁପ୍ତଚର ଗିରଫ
/sambad/media/post_attachments/wp-content/uploads/2019/01/spy_0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)