ତିକ୍ତ ହେଉଛି ପାକ୍‌-ଆମେରିକା ସମ୍ପର୍କ, ୧୬୬ କୋଟି ଡଲାରର ସହାୟତା ରୋକିଲେ ଟ୍ରମ୍ପ୍‌

ୱାସିଂଟନ୍‌: ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ କ୍ରମେ ତିକ୍ତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ କିଛିଦିନ ଧରି ଲାଗିଥିବା ଟ୍ବିଟର୍‌ ଯୁଦ୍ଧରୁ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି। ସଦ୍ୟତମ ଘଟଣାକ୍ରମେ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ୧୬୬ କୋଟି ଡଲାରର ନିରାପତ୍ତା ସହାୟତା ଉପରେ ଆମେରିକା ଅଙ୍କୁଶ ଲଗାଇଛି। ଏହି ସହାୟତା ରାଶି ଆଉ ନ ଦେବାକୁ ଟ୍ରମ୍ପ୍ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ନିରାପତ୍ତା ସହାୟତା ରୋକାଯାଇଥିବା ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣଲ୍‌ ରବ୍‌ ମ୍ୟାନିଙ୍ଗ୍ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର