ଜମ୍ମୁ-କଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ଦିନ ପାକିସ୍ତାନ ସେନା ଅନୁପ୍ରବେଶ କରି ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଛି। ପାକିସ୍ତାନ ସେନାର ଚୁକ୍ତିନାମ ଉଲ୍ଲଂଘନ ପରେ ସେନା ପ୍ରତିଶୋଧମୂଳକ ଗୁଳିଚାଳନା କରି ୪-୫ ଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଛି ବୋଲି ସୂତ୍ରରୁ ଜଣାପଡିଛି। ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ପଣ୍ଡ କରାଯାଇଥିବା ସେନା କହିଛି।
ମଙ୍ଗଳବାର ଦିନ ପାକିସ୍ତାନୀ ସୈନିକ ଏବଂ ଅନୁପ୍ରବେଶକାରୀମାନେ ଗୁଳି ଚଳାଇଥିଲେ, ଯାହାର ଜବାବ ଭାରତୀୟ ସେନା ଦେଇଥିଲା। ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନୀ ପକ୍ଷର ବହୁତ କ୍ଷୟକ୍ଷତି ହୋଇଛି।
ଗତ କିଛି ମାସ ମଧ୍ୟରେ ଏହା ପ୍ରଥମ ଥର ଯେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସେନା ନିଶ୍ଚିତ କରିଛି। ଚଳିତବର୍ଷ ଫେବ୍ରୁଆରି ମାସରେ କୃଷ୍ଣା ଘାଟି ସେକ୍ଟରରେ ସମାନ ଗୁଳି ଚାଳନା ଘଟଣା ରିପୋର୍ଟ ହୋଇଥିଲା।
"ଏପ୍ରିଲ ୧ ତାରିଖରେ ଏଲଓସି ଦେଇ ପାକିସ୍ତାନ ସେନାର ଅନୁପ୍ରବେଶ ଯୋଗୁ କୃଷ୍ଣାଘାଟି ସେକ୍ଟରରେ ଏକ ମାଇନ୍ ବିସ୍ଫୋରଣ ଘଟିଥିଲା। ଏହା ପରେ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଆମର ସୈନ୍ୟମାନେ ପ୍ରଭାବଶାଳୀ ଭାବରେ ଜବାବ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ କଡ଼ା ନଜର ରଖାଯାଇଛି," ବୋଲି ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/02/bE0BdZBC2lnrMXEKHEIy.jpg)