ପାକ୍ ସେନାର ଦଶହରା ଭେଟି ! ସୀମାରେ ଜୋରଦାର ଗୁଳିମାଡ, ସ୍ଥାନୀୟ ଅଧିବାସୀ ଆତଙ୍କିତ

ଶ୍ରୀନଗର: ଆଜି ଭାରତରେ ଦଶହରା ପର୍ବ ପାଳନ ଚାଲିଥିବା ବେଳେ ପାକିସ୍ତାନ ପଟୁ ସୀମାରେ ପ୍ରବଳ ଗୁଳିଚାଳନା କରାଯାଉଛି । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପ୍ରବଳ ଗୁଳିଗୋଳା ବର୍ଷଣ ଜାରି ରହିବାରୁ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ୧୨ ଘଂଟା ଧରି ପାକ୍ ପଟୁ ଗୁଳିମାଡ଼ ଚାଲିଥିବା ସୂଚନା ମିଳିଛି ।

ସୀମା ସୁରକ୍ଷା ବାହିନୀ ସୂତ୍ର ଅନୁସାରେ ଗତ ରାତିରୁ ଏହି ଗୁଳିବର୍ଷା ଆରମ୍ଭ କରିଛି ପାକିସ୍ତାନ । ରାତି ପ୍ରାୟ ୧୦.୩୦ରେ ପାକ୍ ପଟୁ ଗୁଳିମାଡ ଆରମ୍ଭ ହୋଇଥିଲା, ଯାହାର ଜବାବରେ ଭାରତୀୟ ସେନା ଗୁଳିଚାଳନା କରିଥିଲା । ସୂଚନା ଅନୁସାରେ ଆତଙ୍କବାଦୀଙ୍କୁ  ଭାରତକୁ ଅନୁପ୍ରବେଶ ଲାଗି ପାକ୍ ପକ୍ଷରରୁ ଏଭଳି ରଣନୀତି ଆପଣା ଯାଉଛି ।

ଅନ୍ୟପକ୍ଷରେ ପୁଲୱାମା ଜିଲ୍ଲାର ଅବନ୍ତୀପୋରା ସହରରେ ସେନା ପକ୍ଷରୁ ଏନକାଉଣ୍ଟର କରି ଜଣେ ଆତଙ୍କବାଦୀକୁ ନିହତ କରାଯାଇଛି । ଅବନ୍ତୀପୋରା ସହରର ଉପାନ୍ତ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ କର୍ଡନ କରାଯାଇ ଆତଙ୍କବାଦୀଙ୍କୁ ଧରିବା ଲାଗି ପ୍ରଚେଷ୍ଟା ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର