ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସୁନ୍ଦରବନୀ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନାର ବ୍ୟାଟ୍ (ବର୍ଡର ଆକ୍ସନ୍ ଟିମ୍) କାର୍ଯ୍ୟାନୁଷ୍ଠାନକୁ ପଣ୍ଡ କରିଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ପାକିସ୍ତାନୀ ଏସ୍ଏସ୍ଜି କମାଣ୍ଡୋ ନିହତ ହୋଇଛନ୍ତି। ତେବେ ଭାରତୀୟ ସେନା ଏବଂ ପାକ୍ ସେନା ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି। ସେନା ସୂତ୍ରରୁ ଜଣାପଡ଼ିଛି ଯେ ଉଭୟ ପକ୍ଷ ଦ୍ବାରା ରକେଟ୍ ଲଞ୍ଚର ବ୍ୟବହାର ହୋଇଥିଲା। ପ୍ରଥମେ ପାକିସ୍ତାନୀ ସ୍ପେସାଲ୍ ସର୍ଭିସ୍ ଗ୍ରୁପ୍ ଏବଂ ସେନା ଦ୍ବାରା ଗତକାଲି ସନ୍ଧ୍ୟାରେ ସୁନ୍ଦରବନୀ ସେକ୍ଟରର ନଥୁଆ କା ତିବ୍ବା ପୋଷ୍ଟ୍ରେ ଆକ୍ରମଣ କରାଯାଇଥିଲା। ଏହାପରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଫଳରେ ପାକ୍ସେନା ସଦସ୍ୟ ପଛକୁ ହଟି ଯାଇଥିଲେ। କିନ୍ତୁ ଭାରତୀୟ ଯବାନ ସୁଖବିନ୍ଦର ସିଂହଙ୍କ ଶରୀରରେ ଗୁଳି ମାଡ଼ ହେବାଫଳରେ ସେ ସଙ୍ଗେ ସଙ୍ଗେ ଟଳି ପଡ଼ିଥିଲେ। ଉଲ୍ଲେଖଯୋଗ୍ୟ ଗତକାଲି ମଧ୍ୟ ପାକିସ୍ତାନ ଗୁରେଜ୍ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ଯବାନ ସହିଦ ହୋଇଯାଇଥିଲେ। ୨୧ ବର୍ଷୀୟ ସୁଖବିନ୍ଦର ସିଂହଙ୍କ ଘର ହୋସିଆରପୁର ଜିଲ୍ଲାର ଫତେପୁର ଗ୍ରାମରେ।
ସୀମାରେ ପାକ୍ ସେନାର ଆକ୍ରମଣ ଯୋଜନା: ୨ ପାକ୍ କମାଣ୍ଡୋ ନିହତ, ଯବାନ ସହିଦ
/sambad/media/post_attachments/wp-content/uploads/2019/08/pak-deploys-100-special-commando.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)