ଇସଲାମାବାଦ୍ : ପାକିସ୍ତାନରେ ପସ୍ତୁନ ଆନ୍ଦୋଳନକୁ ଜୋର୍ଦାର ସମର୍ଥନ କରୁଥିବା ମାନବାଧିକାର କର୍ମୀ ଗୁଲାଲାଇ ଇସ୍ମାଇଲ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ମୁହଁ ଖୋଲିବାରୁ ଏବେ ତାଙ୍କ ପରିବାର ଉପରେ ଜୁଲମ ଆରମ୍ଭ ହୋଇଯାଇଛି। ଗୁଲାଲାଇ ନିକଟରେ ଆମେରିକା ପଳାଇଛନ୍ତି ଏବଂ ସେଠାରେ ସେ ଆଶ୍ରୟ ଲୋଡ଼ିଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ଏବେ ପାକ୍ ସେନା ଟାର୍ଗେଟ୍ କରିଛି। ପାକିସ୍ତାନରେ ଗୁଲାଲାଇଙ୍କ ବାପା ମା’ ରହୁଛନ୍ତି। ଗତ ଗୁରୁବାର ଦିନ ଗୁଲାଲାଇଙ୍କ ଘରେ ଚଢ଼ଉ କରିବାପାଇଁ ପାକ୍ ସେନା ପହଞ୍ଚିଥିଲେ। ଗୁଲାଲାଇଙ୍କ ବୃଦ୍ଧ ବାପା ମା’ କହିଛନ୍ତି, ସେମାନଙ୍କୁ ଘରୁ ବାହାରକୁ ଆସିବାପାଇଁ ପାକ୍ ସୈନିକମାନେ କହିଥିଲେ କିନ୍ତୁ ସେମାନେ ବାହାରି ନଥିଲେ। ସାଧା ପୋଷାକରେ ଆସି ସେନା ସଦସ୍ୟମାନେ ସାଧାରଣ ଲୋକଙ୍କ ଘରେ ଚଢ଼ଉ କରୁଛନ୍ତି। ଗୁଲାଲାଇ ପାକ୍ ସେନା ଏବଂ ଏହାର ଗୁଇନ୍ଦାକୁ ସମାଲୋଚନା କରିଥିବାରୁ ପାକ୍ ସେନା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଟାର୍ଗେଟ୍ କରିଛି। ଗୁଲାଲାଇ ଇସ୍ମାଇଲଙ୍କ ବାପା ମା’ଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ତେବେ ସେମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏବେ ଜାମିନ୍ରେ ଅଛନ୍ତି। କିନ୍ତୁ ସେମାନଙ୍କୁ ପାକିସ୍ତାନ ଛାଡ଼ି ନ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁଲାଲାଇଙ୍କ ବାପା ମା’ କହିଛନ୍ତି, ପାକ୍ ସେନା ଦ୍ବାରା ଆଦିବାସୀ ଅଞ୍ଚଳର ମହିଳାମାନେ ଯୌନ ନିର୍ଯାତନାର ଶିକାର ହେବା ବିରୋଧରେ ସେ ମୁହଁ ଖୋଲିବାରୁ ତାଙ୍କୁ ପାକ୍ ସେନା ଟାର୍ଗେଟ୍ କରିଛି। ତେବେ ଖାଲି ଗୁଲାଲାଇ ନୁହନ୍ତି ପାକ୍ ସେନା ଏବଂ ଏହାର ଗୁଇନ୍ଦାକୁ ଯିଏ ସମାଲୋଚନା କରୁଛି ତାଙ୍କୁ ଟାର୍ଗେଟ୍ କରି ଅକଥନୀୟ ନିର୍ଯାତନା ଦିଆଯାଉଛି । ୱଜିରିସ୍ତାନରେ ମଧ୍ୟ ଯୁବତୀମାନେ ସେନା ଏବଂ ଆତଙ୍କବାଦୀଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହେଉଛନ୍ତି ବୋଲି ଜଣେ ମାନବିକ ଅଧିକାର କର୍ମୀ କହିଛନ୍ତି। ଚୀନ୍-ପାକ୍ ଆର୍ଥିକ କରିଡରକୁ ମଧ୍ୟ ବିରୋଧ କରୁଥିବା ମହିଳାଙ୍କ ଉପରେ ପାକ୍ ସେନା ଅତ୍ୟାଚାର ଚଳାଇଥିବା ଜଣାପଡ଼ିଛି।
ମାନବାଧିକାର କର୍ମୀଙ୍କୁ ଟାର୍ଗେଟ୍ କରୁଛି ପାକ୍ ସେନା, ଗୁଲାଲାଇଙ୍କ ପରିବାର ଉପରେ ଜୁଲମ
ଆଦିବାସୀ ଅଂଚଳରେ ମହିଳାଙ୍କୁ ନିର୍ଯାତନା
/sambad/media/post_attachments/wp-content/uploads/2019/10/sgsdfg54sg567sd89g4sd5g41sd56g41sd56g41sd23g1sd56g4sd56g4sdgsdgsdgsdgsdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)