ଭାରତ ଆମ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି : ଲୋକଙ୍କୁ କହୁଛି ପାକ୍ ସେନା

ଇସଲାମାବାଦ :  ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସ୍ଥିତି ଗୃହଯୁଦ୍ଧ ଆଡ଼କୁ ଯାଉଛି । ଏପରି ସ୍ଥିତିରେ ପାକ୍ ସେନା ନିଜର ଅନ୍ତିମ ଅସ୍ତ୍ର ଚଳାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ପାକିସ୍ତାନୀ ଲୋକଙ୍କ ଧ୍ୟାନ ହଟାଇବାକୁ ଭାରତ ଭୟ ଦେଖାଉଛି ପାକ୍ ସେନା । ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରୁଛି ବୋଲି ପାକିସ୍ତାନୀ ସେନା ସେଠାକାର ଲୋକମାନଙ୍କୁ ବୁଝାଉଛି ।

ପାକିସ୍ତାନ ଉପରେ ସୀମିତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନାର ଜଳ, ସ୍ଥଳ ଓ ବାୟୁ ୟୁନିଟ୍ ସୀମାରେ ମିଳିତ ଯୁଦ୍ଧ ଅଭ୍ୟାସ କରୁଛନ୍ତି । ଏଥିପାଇଁ ପାକ୍ ସେନା ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇଛି । ପାକ୍ ସେନା ଏବଂ ଗୁଇନ୍ଦା ଏଜେନ୍ସି ସହ ଜଡ଼ିତ ଏକ ସଂଗଠନ ଆଜି ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତୀୟ ସେନା ଗତ ଏକ ମାସ ଧରି ପାକିସ୍ତାନ ସୀମାରେ ଏକ ବଡ଼ ଯୁଦ୍ଧ ଅଭ୍ୟାସ କରୁଛି । ଲୋକଙ୍କୁ ଏହା ମଧ୍ୟ କୁହାଯାଉଛି ଯେ ପାକିସ୍ତାନ ପାଖରେ ପ୍ରଚୁର ପରିମାଣରେ ପରମାଣୁ ଅସ୍ତ୍ର ରହିଛି ।

ଏହା ସହ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରର କମାଣ୍ଡ କରୁଥିବା ନ୍ୟାସନାଲ କମାଣ୍ଡ ଅଥରିଟିର ପରାମର୍ଶଦାତାଙ୍କ ଜରିଆରେ ସେମାନଙ୍କ ପାଖରେ କେତେ ପରମାଣୁ ଅସ୍ତ୍ର ରହିଛି ଏବଂ କେଉଁ ନୂଆ ପରମାଣୁ ଅସ୍ତ୍ର ତିଆରି ହୋଇଛି ସେ ସମ୍ପର୍କରେ ସଦ୍ୟତମ ସୂଚନା ଦେଶବାସୀଙ୍କୁ ଦିଆଯାଇଛି। ପାକିସ୍ତାନ ପାଖରେ ଏବେ ପରମାଣୁ ଅସ୍ତ୍ର ରହିଛି, ଯାହାକୁ କେବଳ ଜଣେ ସୈନିକ ପୋର୍ଟେବଲ୍ କଣ୍ଟେନର କିମ୍ବା ବ୍ରିଫକେସରେ ନେଇ ପାରିବେ ।

ସମ୍ବନ୍ଧିତ ଖବର