ହିଂସା ପରେ ଚାପରେ ପାକିସ୍ତାନ ସେନା, ଲୋକଙ୍କ ଧ୍ୟାନ ହଟାଇବାକୁ ଭାରତରେ କରିପାରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କ ଗିରଫଦାରି ପରେ ସମଗ୍ର ପାକିସ୍ତାନରେ ପ୍ରବଳ ହିଂସା ବ୍ୟାପିବାରେ ଲାଗିଛି । ଏପରିକି ଆନ୍ଦୋଳନକାରୀମାନେ ସେନା ମୁଖ୍ୟାଳୟ ଓ କ୍ୟାଣ୍ଟନମେଣ୍ଟଗୁଡ଼ିକରେ ପ୍ରବେଶ କରିଛନ୍ତି । ସମଗ୍ର ପାକିସ୍ତାନରେ ସେନା ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏହାକୁ ନେଇ ସେନା ଚାପରେ ରହିଛି । ଲୋକଙ୍କ ଧ୍ୟାନ ହଟାଇବାକୁ ପାକ୍ ସେନା ଭାରତରେ ଏକ ବଡ ଧରଣର ଆତଙ୍କବାଦୀ କାଣ୍ଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ଭାରତୀୟ ସେନା, ଗୁଇନ୍ଦା ଏଜେନ୍ସିମାନେ ସକ୍ରିୟ ହୋଇଯାଇଛନ୍ତି ।

ଏହା ପୂର୍ବରୁ ପାକ୍ ସେନା ନିଜର ଆଭ୍ୟନ୍ତରୀଣ କଳହରେ ଏତେ ଫସି ଯାଇଥିଲା ଯେ ଭାରତ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ନିଜର କାର୍ଯ୍ୟକଳାପକୁ ସ୍ଥଗିତ ରଖିଥିଲା। ତେବେ ଏସସିଓ ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପହଞ୍ଚିବା, ଏହା ପୂର୍ବରୁ ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଏବଂ ପରେ ଜି-୨୦ ଆୟୋଜନ ନେଇ ବିଲାୱାଲଙ୍କ ବୟାନ ପରେ ନିୟନ୍ତ୍ରଣ ରେଖାରେ ଶାନ୍ତି କେବଳ ଏକ ଛଳନା ଏବଂ ପାକିସ୍ତାନ ତା’ର ଉଦ୍ଦେଶ୍ୟ ଅର୍ଥାତ୍ ଉପତ୍ୟକାରେ ଆତଙ୍କବାଦୀ ଘଟଣା ଘଟାଇବା କାର୍ଯ୍ୟ ଜାରି ରଖିଛି ବୋଲି ନିଶ୍ଚିତ ହୋଯାଇଛି ।

ପାକିସ୍ତାନ ସେନା ଏବେ ପୁଣି ଥରେ ନିୟନ୍ତ୍ରଣ ରେଖାରେ ବର୍ଡର ଆକ୍ସନ ଟିମକୁ ସକ୍ରିୟ କରିଛି । ଅର୍ଥାତ୍ ନିୟନ୍ତ୍ରଣ ରେଖାରେ ଥିବା ଭାରତୀୟ ସେନାର ପାଟ୍ରୋଲିଂ ପାର୍ଟି ଓ ପୋଷ୍ଟ ପାକିସ୍ତାନର ସ୍ପେଶାଲ ସର୍ଭିସ ଗ୍ରୁପ୍ ଅର୍ଥାତ୍ ଏସ୍ ଏସ୍ ଜି ଓ ଆତଙ୍କବାଦୀଙ୍କ ସହ ମିଶି ଆକ୍ରମଣ କରିବାର ଚକ୍ରାନ୍ତ କରୁଛି ।

 

ସମ୍ବନ୍ଧିତ ଖବର