ପାକିସ୍ତାନୀ ସେନାର ୱେବସାଇଟକୁ ଭାରତରେ ଦେଖିବା ନିଷିଦ୍ଧ କଲେ ପାକ ସରକାର

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ ଜାତିସଙ୍ଘରେ ଭାରତ ବିରୋଧରେ ଅଭିଯୋଗ କରିବାକୁ ପାକିସ୍ତାନ ସରକାର କହିଥିବାବେଳେ ପରୋକ୍ଷରେ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ ସେନା ।
ତେବେ ଗତ କାଲି ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଠିବା ସମ୍ପର୍କରେ ଘୋଷଣା କରିବା ପରେ ହଠାତ ପାକିସ୍ତାନ ସେନାର ୱେବସାଇଟ ଭାରତ ପାଇଁ ବ୍ଲକ୍‌ କରିଦିଆଯାଇଛି ।

ଏହାର କାରଣ ସଂପର୍କରେ ଏପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ଭାରତୀୟ ହ୍ୟାକରଙ୍କ ଭୟରେ ଏପରି କରାଯାଇଥିବା ମନେକରାଯାଉଛି । ଅବଶ୍ୟ ପାକିସ୍ତାନ ନୌସେନା ଓ ବାୟୁସେନାର ୱେବସାଇଟ ଭାରତରେ ଦେଖିହେଉଛି । ଏପରିକି ଆଇଏସଆଇର ମିଡିଆ ପୋର୍ଟାଲ ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ୍ସର ୱେବସାଇଟ ମଧ୍ୟ ଭାରତରେ ଖୋଲୁଛି । କିନ୍ତୁ ପାକ ସେନାର  ୱେବସାଇଟ ଖୋଲିଲେ ଦେଖିବାକୁ ମିଳୁଛି ଯେ ଭାରତରେ ଏହାକୁ ବ୍ଲକ କରାଯାଇଛି ।

ସମ୍ବନ୍ଧିତ ଖବର