‘ପାକ୍‌ ବୋହ‌ୂ ସାନିଆଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର୍ ପଦରୁ ହଟାଅ’

ହାଇଦ୍ରାବାଦ୍‌: ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛି। ଅର୍ଥନୈତିକ ଚାପ ପ୍ରୟୋଗଠାରୁ ଆରମ୍ଭ କରି ବିଶ୍ବ ସମୁଦାୟରେ ଏହାକୁ ଏକଘରିକିଆ କରିବା ପାଇଁ ଭାରତ ଉଦ୍ୟମ ଜାରି ରଖିଛି। ଏ ପରିପ୍ରେକ୍ଷୀରେ ପାକିସ୍ତାନର ବୋହୂ ହୋଇଥିବା ଭାରତୀୟ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କୁ ଏବେ ତେଲେଙ୍ଗାନାର ବ୍ରାଣ୍ଡ୍‌ ଆମ୍ବାସାଡର ପଦରୁ ହଟାଇବା ପାଇଁ ଆଜି ଜଣେ ବିଜେପି ବିଧାୟକ ଦାବି କରିଛନ୍ତି। ତେଲେଙ୍ଗାନା ବିଧାନସଭାରେ ଏକମାତ୍ର ବିଜେପି ବିଧାୟକ ଟି ରାଜା ସିଂହଙ୍କ କହିବା କଥା, ସାନିଆ ଭାରତୀୟ ହେଲେ ବି ଏବେ ଜଣେ ପାକିସ୍ତାନୀ ବୋହୂ। ଯେଉଁଠି ଭାରତ ସରକାର ପାକିସ୍ତାନକୁ ଏକଘରିକିଆ କରି ସବୁ ସମ୍ପର୍କ ଚ୍ଛିନ୍ନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସେଭଳି ସ୍ଥିତିରେ ଜଣେ ପାକିସ୍ତାନୀ ବୋହୂଙ୍କୁ ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜା ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର