ପାକିସ୍ତାନ ଏବେ ପିଓକେକୁ ମଧ୍ୟ ବଞ୍ଚାଇପାରିବ ନାହିଁ : ବିଲାଓ୍ଵଲ ଭୁଟ୍ଟୋ

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଯେବେଠାରୁ ଧାରା ୩୭୦ ପ୍ରତ୍ୟାହାର କରିଛନ୍ତି, ପାକିସ୍ତାନ ରାଜନୀତିରେ ସବୁକିଛି ଓଲଟପାଲଟ ହୋଇଯାଇଛି । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସବୁଆଡୁ ଭାଷଣ ଚାପରେ ଅଛନ୍ତି । ପ୍ରାୟ ପ୍ରତିଦିନ ବିରୋଧୀ ଦଳମାନେ ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ଆଜି ପାକିସ୍ତାନର ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାଓ୍ଵାଲ ଭୁଟ୍ଟୋ କହିଛନ୍ତି ଯେ ଲାଗୁଛି ଇମ୍ରାନ ଖାଁ ପାକ ଅଧିକୃତ କଶ୍ମୀର(ପିଓକେ) ( ପାକିସ୍ତାନ ଭାଷାରେ ଆଜାଦ କଶ୍ମୀର)କୁ ବଞ୍ଚାଇପାରିବେ ନାହିଁ । ସେ କହିଛନ୍ତି ଯେ ପୂର୍ବରୁ ପାକିସ୍ତାନ ସରକାରଙ୍କ ନୀତି ଥିଲା ଶ୍ରୀନଗରକୁ ଅଧିକାର କରିବା, ଏବେ କିନ୍ତୁ ପାକିସ୍ତାନର ନୀତି ହୋଇଛି ମୁଜାଫରାବାଦକୁ କିପରି ବଞ୍ଚାଇବା । ମୁଜାଫରାବାଦ ହେଉଛି ପାକିସ୍ତାନ ଅଧିକୃତ କଶ୍ମୀରର ରାଜଧାନୀ । ଗତ କାଲି ଇମ୍ରାନ ଖାଁ କହିଥିଲେ ଯେ କଶ୍ମୀରକୁ ନେଇ ପାକିସ୍ତାନ ଯେକୌଣସି ସ୍ତରକୁ ଯିବାକୁ କୁଣ୍ଠାବୋଧ କରିବ ନାହିଁ । ସେ ମଧ୍ୟ ଭାରତକୁ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି ।

ସମ୍ବନ୍ଧିତ ଖବର