ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍ ସୀମାରେ ଆଉ ଅଧିକ ୧୫ ବାଟାଲିଅନ୍ ଯବାନ ମୁତୟନ ପାଇଁ ଗୃହମନ୍ତ୍ରଣାଳୟ ବିଚାର କରୁଥିବା ଜଣାଯାଇଛି। ଏହାଦ୍ୱାରା ଆଉ ଅଧିକ ୧୫ ହଜାର ଯବାନ ଉଭୟ ପଡ଼ୋଶୀ ଦେଶର ସୀମା ଜଗାରଖାରେ ନିଯୁକ୍ତ ହେବେ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଏହି ୧୫ଟି ବାଟାଲିଅନ୍ ମଧ୍ୟରୁ ଛଅଟି ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଏବଂ ନଅଟି ଭାରତ-ତିବ୍ଦତୀୟ ସୀମା ଆରକ୍ଷୀ ବଳ(ଆଇଟିବିପି)ର ହେବ ବୋଲି କୁହାଯାଇଛି। ଏପରିକି ପ୍ରତି ବାଟାଲିଅନ୍ରେ ଅତି କମ୍ରେ ହଜାରେ ସଂଖ୍ୟକ ଯବାନ ନିଯୁକ୍ତ ହେବେ ବୋଲି ଜଣାଯାଇଛି।
ନୂଆ ବାଟାଲିଅନ୍ ଗଠନ ପରେ ପାକିସ୍ତାନ ସୀମାରେ ସମ୍ପ୍ରତି ମୁତୟନ ଥିବା କିଛି ବିଏସ୍ଏଫ୍ ଯବାନଙ୍କୁ ବାଂଲାଦେଶ ସୀମାକୁ ସ୍ଥାନାନ୍ତର କରାଯିବ। ଏହି ନୂଆ ବିଏସ୍ଏଫ୍ ବାଟାଲିଅନ୍ଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ କେଉଁଠି କାମ କରିବେ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ। ତେବେ ବାଂଳାଦେଶ ଓ ପାକିସ୍ତାନ ପଟୁ ସୀମା ପାର ନିଶା କାରବାର ଏବଂ ମାନବ ଚାଲାଣ ରୋକିବା ପାଇଁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଉଛି। ସେହିପରି ନିକଟ ଅତୀତରେ ଚୀନ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଲଗାତାର ଦେଖାଯାଇଥିବା ଅତିକ୍ରମଣ ଓ ମୁହାଁମୁହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଆଇଟିବିପି ଯବାନଙ୍କ ଆବଶ୍ୟକତା ଥିବା ଜଣାଯାଇଛି।
ପାକ-ଚୀନ୍ ସୀମା ପାଇଁ ଆଉ ୧୫ ବାଟାଲିଅନ୍
ନିଯୁକ୍ତ ହେବେ ଅଧିକ ୧୫,୦୦୦ ଯବାନ
/sambad/media/post_attachments/wp-content/uploads/2017/10/Indian-Army-Open-Bharti-300x225.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)