ପାକିସ୍ତାନୀ ଜଳସୀମାରେ ଭାରତୀୟ ବୁଡ଼ାଜାହାଜ ଠାବ କରିଥିବା ଦାବି କଲା ପାକ ନୌସେନା

ନୂଆଦିଲ୍ଲୀ : ଏକ ଭାରତୀୟ ବୁଡ଼ାଜାହାଜ ପାକିସ୍ତାନୀ ଜଳସୀମା ମଧ୍ୟରେ ଅନୁପ୍ରବେଶ କରିଥିବା ପାକିସ୍ତାନର ନୌସେନା ଦାବି କରିଛି । ନିଜ ଦାବିକୁ ପ୍ରମାଣିତ କରିବାକୁ ପାକିସ୍ତାନୀ ପ୍ରତିରକ୍ଷା ବାହିନୀର ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।

ପାକିସ୍ତାନର ଦାବି ଅନୁସାରେ ଗତ ୧୬ ତାରିଖରେ ଏହି ବୁଡ଼ା ଜାହାଜକୁ ଠାବ କରାଯାଇଥିଲା । ପାକିସ୍ତାନ ପକ୍ଷରୁ ଜାରି ଭିଡିଓ ଦେଖାଯାଉଛି ଯେ ଏକ ବୁଡ଼ାଜାହାଜ ପେରିସ୍କୋପ୍ ଗଭୀରତାରେ ଗତି କରୁଛି । ଭିଡିଓକୁ ଏକ ଡ୍ରୋନ ଦ୍ବାରା ଉଠାଯାଇଥିବା ମନେହେଉଛି ।

ନୌସାମରିକ ଭାଷାରେ ଗୋଟିଏ ବୁଡ଼ାଜାହାଜ ପେରିସ୍କୋପ ଗଭୀରତାରେ ରହିଥିବା ଅର୍ଥ ହେଉଛି ଯଦି ତାହା ସମୁଦ୍ରର ପୃଷ୍ଠଭାଗରୁ ମାତ୍ର ୨୦ ମିଟର ଗଭୀରତାରେ ରହିଥାଏ ।

ପାକିସ୍ତାନର ଏହି ଦାବି ଉପରେ ଭାରତୀୟ ନୌସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ବିଶେଷଜ୍ଞଙ୍କ ମତରେ ଭାରତୀୟ ନୌସେନାର ବୁଡ଼ାଜାହାଜ ଗୁଡ଼ିକ ଶତ୍ରୁଦେଶର ଜଳସୀମା ମଧ୍ୟକୁ ପେରିସ୍କୋପ ଗଭୀରତାରେ ବିଚରଣ କରେ ନାହିଁ । ଏହା ମୁଖ୍ୟତଃ ଗଭୀର ସମୁଦ୍ରରେ ଗୁପ୍ତ ଭାବରେ ବିଚରଣ କରୁଥାଏ ।

ସମ୍ବନ୍ଧିତ ଖବର