କୁଳଭୂଷଣ ଯାଦବଙ୍କ ବଦଳରେ ଆତଙ୍କବାଦୀ ପ୍ରତିବଦଳ ଦାବି ପାକିସ୍ଥାନର ଏକ କାଳ୍ପନିକ ମିଛ-ଭାରତ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ବଦଳରେ ପାକିସ୍ତାନ ପେଶାଓ୍ଵାରସ୍ଥିତ ଆର୍ମି ପବ୍ଲିକ୍‌ ସ୍କୁଲ ଆକ୍ରମଣ ଘଟଣାର ଆତଙ୍କବାଦୀକୁ ପାକିସ୍ତାନ ହସ୍ତାନ୍ତର ନେଇ ଏକ ପ୍ରସ୍ତାବ ପାକିସ୍ତାନକୁ ମିଳିଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ଵାଜା ମହମ୍ମଦ ଅସିଫ୍‌ ଯେଉଁ ଦାବି କରିିଛନ୍ତି ତାହା ପାକିସ୍ତାନର ଏକ କାଳ୍ପନିକ ମିଛ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଭିିସ କୁମାର କହିଛନ୍ତି। ରଭିସ କୁମାର କହିଛନ୍ତି ଯେ ଆଫଗାନିସ୍ଥାନର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯିବ। ତେଣୁ ପାକିସ୍ତାନର ତାର ମିଛ କହିବା ଧାରାରେ ଆଉ ଗୋଟିଏ ଏକ କାଳ୍ପନିକ ମିଛକୁ ଯୋଡ଼ିଛି ବୋଲି ରଭିସ କୁମାର କହିଛନ୍ତି।
ରଭିସ କୁମାର କହିଛନ୍ତି ଯେ ନିକଟରେ ମିଳିତ ଜାତିସଂଘରେ ପାକିସ୍ତାନର ମିଛ ଧରାପଡ଼ି ଯାଇଛି। ପାକିସ୍ତାନ ଏକ ଅନ୍ୟ ଏକ ଦେଶର ଫଟୋ ଦେଖାଇ ଏହା ଭାରତରେ ଘଟୁଛି ବୋଲି ଦର୍ଶାଇ ଭାରତକୁ ଆର୍ନ୍ତଜାତିକସ୍ତରରେ ବଦନାମ କରିବାକୁ ଉଦ୍ୟମ କରିଥିଲା। ମାତ୍ର ପାକିସ୍ତାନର ଏହି ମିଛ ମିଳିତ ଜାତିସଂଘରେ ମଧ୍ୟ ଧରାପଡ଼ି ଯାଇଥିଲା। ସେହିପରି ଭାବେ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ବଦଳରେ ପାକିସ୍ତାନ ପେଶାଓ୍ଵାରସ୍ଥିତ ଆର୍ମି ପବ୍ଲିକ୍‌ ସ୍କୁଲ ଆକ୍ରମଣ ଘଟଣାର ଆତଙ୍କବାଦୀକୁ ପାକିସ୍ତାନ ହସ୍ତାନ୍ତର ନେଇ ପ୍ରସ୍ତାବ ମିଳିଥିବା କହି ପାକିସ୍ତାନ ଆଉ ଏକ ମିଛ ଏଥିରେ ଯୋଡ଼ିଛି ବୋଲି ରଭିସ କୁମାର କହିଛନ୍ତି।
ସୂଚନା ଯୋଗ୍ୟ ,ଆସିଫ୍‌ କହିଥିଲେ ଯେ ଭାରତୀୟ ନାଗରିକ ଶ୍ରୀ ଯାଦବଙ୍କୁ ଭାରତ ଫେରାଇ ଦେଲେ, ଆଫଗାନିସ୍ଥାନ ଜେଲରେ ଥିବା ୨୦୧୪ ମସିହା ପେଶଓ୍ଵାର ଆର୍ମି ସ୍କୁଲ ଗୁଳିକାଣ୍ଡ ଘଟଣାର ଆତଙ୍କବାଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର ପାଇଁ ଏକ ପ୍ରସ୍ତାବ ମିଳିଛି। ମାତ୍ର ସେହି ନିର୍ଦ୍ଦିଷ୍ଟ ଆତଙ୍କବାଦୀ କିଏ ସେ ନେଇ ଆସିଫ କିଛି କହି ନ ଥିଲେି। ତେବେ ଆସିଫ୍‌ କହିଛନ୍ତି ଯେ ଆଫଗାନିସ୍ଥାନ ଜାତୀୟ ସୁରକ୍ଷା ପରାମର୍ଶଦାତା ତାଙ୍କୁ ଯେ କୂଳଭୂଷଣ ଯାଦବଙ୍କ ସହିତ ଆଫଗାନିସ୍ଥାନ ଜେଲରେ ଥିବା ଆତଙ୍କବାଦୀ ସହିତ ବଦଳ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସଙ୍ଗରେ ଆସିଫ୍‌ ବିଶେଷ କିଛି ସୂଚନା ଦେଇ ନ ଥିଲେ। ଆସିଫ୍‌ଙ୍କ ଏହି ଦାବି ନେଇ ମୁହଁ ଖୋଲଇଛନ୍ତି ଆଫଗାନିସ୍ଥାନ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟ। ଆସିଫଙ୍କ ଏହି ଦାବିକୁ ଅଗ୍ରାହ୍ୟ କରି ଆଫଗାନିସ୍ଥାନ ପକ୍ଷରୁ କୁହାଯାଇଛି ଯେ ନ୍ୟୁୟର୍କରେ ଗତ ସେପ୍ଟମ୍ବର ୨୧ ତାରିଖରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଫଗାନିସ୍ଥାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମହମ୍ମଦ ହନିଫ ଆତ୍‌ମାରଙ୍କର ,ଯଉଁ ସାକ୍ଷାତ ଆଲୋଚନା ହୋଇଥିିଲା, ସେଥିରେ ଭାରତୀୟ ନାଗରିକି ପ୍ରତିବଦଳ ନେଇ କୌଣସି ଆଲୋଚନା ହୋଇ ନ ଥିଲା । କେବଳ ଆସିଫଙ୍କ ସହିତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଥିଲା ବୋଲି ଆଫଗାନିସ୍ଥାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଆଫଗାନିସ୍ଥାନ ସୁରକ୍ଷାବଳ ତାହାରିକ ଇ ତାଲିବାନ ପାକିସ୍ତାନ ମୁଖ୍ୟ ମୁଲ୍ଲା ଫଜୁଲଲ୍ଲାକୁ ଗିରଫ କରିଛି।
ପ୍ରକାଶ ଥାଉକି, ଭାରତୀୟ ନୌସେନାର ଅବସରପ୍ରାପ୍ତ ୪୬ ବର୍ଷୀୟ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗତ ଏପ୍ରିଲ ମାସରେ ଗୁପ୍ତଚର ଓ ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପାକିସ୍ତାନର ଆର୍ମି କୋର୍ଟ ମୃତ୍ୟୁ ଦଣ୍ଡ ଦେଇଛି। ଏହା ବିରୋଧରେ ଭାରତ ଆର୍ନ୍ତଜାତିକ ଅଦାଲତ( ଆଇସିଜେ)ରେ ଆବେଦନ କରିଛି।

ସମ୍ବନ୍ଧିତ ଖବର