ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପକ୍ଷରୁ ଭାରତରେ ସାଂପ୍ରଦାୟିକ ଦଙ୍ଗା ଓ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ସଂସ୍ଥା ସତର୍କ କରାଇଦେଇଛି । ବିଶେଷକରି କଶ୍ମୀରରେ ଭାରତୀୟ ସେନା ସତର୍କ ଥିବାରୁ ପାକିସ୍ତାନୀ ସେନାର କମାଣ୍ଡୋମାନେ ସମୁଦ୍ରପଥରେ ଆସି ଗୁଜୁରାଟ କିମ୍ବା ମହାରାଷ୍ଟ୍ରରେ ଆତଙ୍କବାଦୀ କାଣ୍ଡ ଘଟାଇପାରନ୍ତି ବୋଲି ନୌସେନା ପକ୍ଷରୁ ସତର୍କତା ଜାରି କରାଯାଇଛି ।

Advertisment

ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର କାଣ୍ଡଲା ଓ ମୁନ୍ଦ୍ରା ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି । ନୌସେନା ରିପୋର୍ଟ ଅନୁସାରେ ପାକିସ୍ତାନୀ ଏସଏସଜି କମାଣ୍ଡୋମାନେ ଛୋଟ ଛୋଟ ବୋଟରେ ଆସି ଗୁଜୁରାଟରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ଅଥବା ସାଂପ୍ରଦାୟିକ ଦଙ୍ଗାସୃଷ୍ଟି କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏସଏଫ, କୋଷ୍ଟଗାର୍ଡ ଓ ନୌସେନାକୁ ସତର୍କ କରିଦିଆଯାଇଛି । ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଅଦାନୀ ଦ୍ୱାରା ପରିଚାଳିତ ବୃହତ ବନ୍ଦର ରହିଛି, ଏହି ଅଞ୍ଚଳରେ ରିଲାଏନ୍ସ ଦ୍ୱାରା ପରିଚାଳିତ ବିଶ୍ୱର ବୃହତ୍ତମ ତୈଳ ବିଶୋଧନାଗାର ରହିଛି । ଏହା ସହିତ ଋଷିଆର ରୋସନେଫଟ ଦ୍ୱାରା ପରିଚାଳିତ ଏକ ତୈଳ ବିଶୋଧନାଗାର ମଧ୍ୟ ଏଠାରେ ରହିଛି ।