ସିନ୍ଧୁନଦୀରେ ପାକ ନିର୍ମାଣ କରୁଛି ନଦୀବନ୍ଧ, କିନ୍ତୁ କୌଣସି ଅନ୍ତର୍ଜାତୀୟ ବ୍ୟାଙ୍କ ଋଣ ଦେବାକୁ ରାଜି ହେଉନାହାନ୍ତି, କାରଣ ଜାଣନ୍ତୁ

ଇସ୍ଲାମାବାଦ : ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ଉପର ମୁଣ୍ଡରେ ଭାରତର ନଦୀବନ୍ଧ ନିର୍ମାଣ କରୁଥିବାରୁ ପାକିସ୍ତାନରେ ହାହାକାର ଖେଳିଯାଇଛି । ଭାରତ ସତ ସତିକା ପାଣିବନ୍ଦ କଲେ ପାକିସ୍ତାନ ମରୁଭୂମି ପାଲଟିବା ନେଇ ଆଶଙ୍କା ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ସିନ୍ଧୁ ନଦୀର ତଳ ମୁଣ୍ଡରେ ଏକ ବନ୍ଧ ବାନ୍ଧିବାକୁ ପାକିସ୍ତାନ ସରକାର ଯୋଜନା କରୁଛନ୍ତି । କିନ୍ତୁ ଏହି ପ୍ରକଳ୍ପ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ସମ୍ବଳ ନାହିଁ । ପାକ ଅଧିକୃତ କାଶ୍ମୀରରେ ଥିବା ଗିଲଗୀଟ ବାଲଟିସ୍ଥାନରେ ୪୫୦୦ ମେଗାଓ୍ଵାଟର ଏହି ନଦୀବନ୍ଧ ନିର୍ମାଣ କରାଯାଉଥିବାରୁ ବିଶ୍ୱ ବ୍ୟାଙ୍କ, ଏଡିବି ପ୍ରଭୃତି ଅନ୍ତର୍ଜାତୀୟ ସଂସ୍ଥା ଋଣ ଦେବାକୁ ପାକିସ୍ତାନକୁ ମନା କରିଦେଇଛନ୍ତି । ଏହା ପଛରେ ମୋଦିଙ୍କ ଷଡ଼ଯନ୍ତ ରହିଛି ବୋଲି ପାକିସ୍ତାନ ସରକାର ବିଚାର କରୁଛନ୍ତି । ଏହା ମଧ୍ୟ ସତ ଯେ ଉକ୍ତ ଅଂଚଳକୁ ଭାରତ ନିଜର ବୋଲି ବିଚାର କରୁଥିବାରୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ଅନ୍ତାର୍ଜାତୀୟ ସ୍ତରରେ ଚାପ ପ୍ରୟୋଗ କରୁଛି ।

ଏହାକୁ ଦୃଷ୍ଟିରେ ରଖି  ସେଠାକାର ସରକାର ଲୋକତମାନଙ୍କୁ ଚାନ୍ଦା ମାଗୁଛନ୍ତି । ୧୯୬୫ ମସିହାରେ ଭାରତ ସହ ହୋଇଥିବା ଏକ ଯୁଦ୍ଧ ପରି ଏହାକୁ ମଧ୍ୟ ଏକ ଯୁଦ୍ଧ ବିଚାର କରି ଚାନ୍ଦା ଦେବାକୁ ଲୋକମାନଙ୍କୁ ଆହ୍ଵାନ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସାକିବ ନିସାର ଆହ୍ଵାନ ଜଣାଇଛନ୍ତି । ସେ ନିଜେ ଏଥିପାଇଁ ୧୦ ଲକ୍ଷ ପାକିସ୍ତାନୀ ଟଙ୍କା ଦାନ କରିଛନ୍ତି । ଏହି ପାଣ୍ଠି ପାଇଁ ପାକ ସେନାମୁଖ୍ୟ କମର ଜାଭେଦ ବାଜଓ୍ଵା, କ୍ରିକେଟ ଖେଳାଳୀ ସାହିଦ ଆଫ୍ରିଦି ପ୍ରଭୃତି ଏଥିପାଇଁ ଦାନ ଦେଇଛନ୍ତି । ପାକିସ୍ତାନୀ ସେନାର ଅନେକ ଅଫିସର ଦୁଇ ଦିନର ଦରମା ଦାନ କରିଛନ୍ତି । ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧.୬ ଲକ୍ଷ କୋଟି ଟଙ୍କା ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୫ କୋଟି ଟଙ୍କା ଆଦାୟ ହୋଇପାରିଛି ।

ସମ୍ବନ୍ଧିତ ଖବର