ଭାରତ ପାଲଟା ଜବାବ ଦେବା ପରେ ପାକିସ୍ତାନୀ ପ୍ରତିରକ୍ଷାମନ୍ତ୍ରୀଙ୍କ ହାସ୍ୟାସ୍ପଦ ପ୍ରତିକ୍ରିୟା : ଆମ ବାୟୁସେନା ପ୍ରସ୍ତୁତ ଥିଲା, କିନ୍ତୁ ଅନ୍ଧାର ହୋଇଥିବାରୁ କିଛି ଜଣା ପଡ଼ିଲା ନାହିଁ

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ୩୦୦ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛି । ଫେବୃଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୪୦ଜଣ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତ ଏଭଳି ଐତିହାସିକ ପଦକ୍ଷେପ ନେଇଥିଲା । ଭୋର୍‌ ୩.୩୦ ସମୟରେ ଭାରତୀୟ ବାୟୁସେନା ମିରେଜ୍‌ ୨୦୦୦ ଲଢ଼ୁଆ ବିମାନ ନେଇ ଭାରତ-ପାକ୍‌ର ନିୟନ୍ତ୍ରଣ ରେଖାକୁ ପାର୍‌ କରିବା ସହ ବିଭିନ୍ନ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିବା ସହ ୧୦୦୦କିଲୋ ବୋମା ପକାଇ ଧ୍ୱଂସ କରିଥିଲା । ଭାରତର ଏଭଳି ପରାକ୍ରମକୁ ଦେଖି ଏବେ ପାକିସ୍ତାନ ଚିନ୍ତାରେ ପଡ଼ି ଯାଇଥିବା ଦେଖା ଯାଇଛି । ଆକ୍ରମଣ ହେବା ପରେ ପାକିସ୍ତାନର  ପ୍ରତିରକ୍ଷାମନ୍ତ୍ରୀ ଯାହା କହିଛନ୍ତି, ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକ ତାଙ୍କୁ ଥଟ୍ଟା କରିବାରେ ଲାଗିଛନ୍ତି ।

ଏହି ଭାଇରାଲ ଭିଡିଓରେ, ଭାରତର ଆକ୍ରମଣ ପରେ ଇସ୍‌ଲାମାବାଦ୍‌ରେ  ଏ ନେଇ ପାକିସ୍ତାନ ତରଫରୁ ସାମ୍ବାଦିକ ସମ୍ମିଳନୀ ରଖା ଯାଇଥିବା ଦେଖା ଯାଇଛି । ପାକିସ୍ତାନର ଦୁଇ  ପ୍ରତିରକ୍ଷା ମନ୍ତ୍ରୀ ପରବେଜ୍‌ ଖଟ୍ଟକ୍‌ ଏବଂ ଏମ୍‌ଇଏ ଶାହ ମହମ୍ମୁଦ୍‌ କୁରେଶି ଏହି ସମୟରେ ଆକ୍ରମଣ ଉପରେ ନିଜର ପ୍ରତିକ୍ରିୟା ରଖି, ଭୋର ସମୟରେ ଭାରତୀୟ ବାୟୁସେନା ୩-୪କିଲୋମିଟର ଭିତରକୁ ଆସି ବୋମା ପକାଇଥିଲେ । ପାକ୍‌ ବାୟୁସେନା ପ୍ରସ୍ତୁତ ଥିଲା, କିନ୍ତୁ ସେ ସମୟରେ ଅନ୍ଧାର ଥିବାରୁ ଆକ୍ରମଣରେ କେତେ କ’ଣ କ୍ଷତି ହୋଇଛି ଜଣାପଡ଼ି ପାରି ନ ଥିଲା । ସେଥିପାଇଁ ପାକ୍‌ ବାୟୁସେନା ଅପେକ୍ଷା କରିଥିଲା । କିନ୍ତୁ ଏବେ ସବୁ ସୂଚନା ମିଳି ସାରିଛି । ଆଗକୁ ଏଭଳି ଆକ୍ରମଣ ହେଲେ କଡ଼ା ଜବାବ ଦିଆଯିବ ବୋଲି ପରବେଜ୍‌ ଖଟ୍ଟକ୍‌ କହୁଥିବା ଦେଖା ଯାଇଛି । ତାଙ୍କର ଏଭଳି ପ୍ରତିକ୍ରିୟା ଆସିବା ପରେ ସୋସିଆଲ ମିଡିଆରେ ପାକ୍‌ ସରକାରଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର