ହିଥ୍ରୋ ଏୟାରପୋର୍ଟରେ ମିଳିଥିବା ୟୁରାନିୟମ ପ୍ୟାକେଟ୍ ଆମର ନୁହେଁ : ପାକିସ୍ତାନ

ଇସ୍ଲାମାବାଦ : ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଧରା ପଡ଼ିଥିବା ୟୁରାନିୟମକୁ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଏହି ୟୁରାନିୟମ ପ୍ୟାକେଟ୍ ପାକିସ୍ତାନରୁ ଆସୁଥିବା କୁହାଯାଉଥିବାରୁ ଏ ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କ ବୟାନ ଆସିଛି । ଏହି ୟୁରାନିୟମ ପାକିସ୍ତାନରୁ ପଠାଯାଇଥିବା ଅଭିଯୋଗ ସତ୍ୟ ଉପରେ ପର୍ଯ୍ୟବେଶିତ ନୁହେଁ ।

ବୁଧବାରଦିନ ବିବିସି ସମେତ ବିଭିନ୍ନ ବ୍ରିଟିଶ ଗଣମାଧ୍ୟମ ଏକ ରିପୋର୍ଟ ପ୍ରକାଶ କରିଥିଲେ ଯେ ଗତ ମାସରେ ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ପରମାଣୁ ବୋମା ତିଆରିରେ ଲାଗୁଥିବା ୟୁରାନିୟମର ଏକ ପ୍ୟାକେଟ ମିଳିଥିଲା । ପ୍ୟାକେଟଟି ଡିସେମ୍ବର ୨୯ରେ ଓମାନ ଏୟାର ପାସେଞ୍ଜର ବିମାନଦେଇ ହିଥ୍ରୋ ବିମାନବନ୍ଦରର ଟର୍ମିନାଲ ୪ରେ ପହଞ୍ଚିଥିଲା  । ଏହା ପାକିସ୍ତାନର କରାଚୀରୁ ଚାଲାଣ ହୋଇଥିବା କୁହାଯାଉଛି । ଲଣ୍ଡନରେ ଥିବା ଜଣେ ଇରାନ ସରକାରଙ୍କ ସଂପର୍କିତ ଏକ କମ୍ପାନି ପାଖକୁ ଏହା ଯାଉଥିଲା ।

ଏହି ରିପୋର୍ଟର ଉତ୍ତରରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମୁମତାଜ ଜାହରା ଗୁରୁବାର ଦିନ କହିଛନ୍ତି ଯେ “ଏହି ବିଷୟରେ ବ୍ରିଟିଶ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆନୁଷ୍ଠାନିକ ଭାବରେ ପାକିସ୍ତାନ ସରକାରଙ୍କୁ ଦିଆଯାଇନାହିଁ ।  ଆମେ ବିଶ୍ୱାସ କରୁଛୁ ଯେ ରିପୋର୍ଟଗୁଡିକ ତଥ୍ୟଭିତ୍ତିକ ନୁହେଁ।” ସେପରି କୌଣସି ପ୍ୟାକେଟ୍ ପାକିସ୍ତାନରୁ ଯାଇନାହିଁ ।

ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେଉଁ ୟୁରାନିୟମ ଧରା ପଡ଼ିଛି ତାହା ପରମାଣୁ ବୋମା ତିଆରି ଯୋଗ୍ୟ ୟୁରାନିୟମ ନୁହେଁ । କିନ୍ତୁ ଏହାକୁ ଡର୍ଟି ବମ୍ ତିଆରି ପାଇଁ ବ୍ୟବହାର କରିହେବ । ଡାର୍ଟି ବମ ହେଉଛି ସ୍ପଳ୍ପ ଶକ୍ତି ସଂପନ୍ନ ବୋମା ଯାହା ମାଧ୍ୟମରେ ପାରମ୍ପରିକ ବିସ୍ଫୋରକ ସହ ତେଜସ୍କ୍ରିୟ ସାମଗ୍ରୀର ବ୍ୟବହାର କରାଯାଏ ।

 

ସମ୍ବନ୍ଧିତ ଖବର