ଋଷରେ ଡକାଯାଇଥିବା ବୈଠକରେ ପାକିସ୍ତାନର ଅଧିକାରୀ ନିଜର ମନ୍ତ୍ରୀଙ୍କ ମଜା ଉଡ଼ାଇଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗକୁ  ନେଇ ଋଷରେ ଡକାଯାଇଥିଲା ବୈଠକ ଆଉ ଏହି ବୈଠକରେ ଭାରତ, ଚୀନ, ଇରାନ ଓ ଆମେରିକା ଭଳି ଦେଶ ଉପସ୍ଥିତ ଥିଲେ । ଏଠାରେ ସାଧାରଣ ଭାବେ ଘଟୁ ନଥିବା ଭଳି ଏକ ଘଟଣା ଘଟିଛି। ବୈଠକରେ ପାକିସ୍ତାନର ଦୁଇ ଜଣ ଅଧିକାରୀ ନିଜ ଦେଶର ଜଣେ ମନ୍ତ୍ରୀଙ୍କ ମଜା ଉଡ଼ାଇଥିଲେ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା ।

ଆଫଗାନ୍ ସମସ୍ୟା ସଂପର୍କିତ ବୈଠକ ଶେଷ ହେବା ପରେ ପାକିସ୍ତାନର ଦୁଇ ଅଧିକାରୀ ନିଜ ଦେଶରେ ମାନବାଧିକାର ମନ୍ତ୍ରୀ ସିରିନ ମଜାରୀ ଓ ତାଙ୍କ ଝିଅ ମଧ୍ୟରେ ହୋଇଥିବା ଟ୍ୱିଟର ବିବାଦ ବିଷୟରେ ଆଲୋଚନା କରୁଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେମାନେ ମାଇକ ବନ୍ଦ ନ କରି  ନିଜ ଭିତରେ ଏହା ଆଲୋଚନା କରୁଥିଲେ ।

ସେମାନେ ଉର୍ଦ୍ଦୁରେ କଥା ହେଉଥିଲେ। ତାଙ୍କ ଭିତରୁ ଜଣେ ଅନ୍ୟ  ଜରଙ୍କୁ କହୁଥିଲା- ‘ଆରମ୍ଭରୁ ହିଁ ସେମାନେ ବହୁତ ଆଗ୍ରେସିଭ।’ ଏହାପରେ ସେମାନେ ହସିବାକୁ ଲାଗିଲେ । ଏହି ସବୁ କଥା ମାଇକରେ ଶୁଣାଯାଉଥିଲା । କାରଣ ସେମାନେ ମାଇକ ବନ୍ଦ କରିବାକୁ ଭୁଲିଯାଇଥିଲେ ।

ପାକିସ୍ତାନର ମାନବଧିକାର ମନ୍ତ୍ରୀ ସିରିନ ମଜାରୀ ଓ ତାଙ୍କ ଝିଅଙ୍କ ଟ୍ୱିଟର ବିବାଦ ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି । ସିରିନଙ୍କ ଝିଅ ଅଭିଯୋଗ କରିଥିଲେ କି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସରକାର ଚଳାଇବା ପାଇଁ କଳା ଯାଦୁର ସାହାରା ନେଉଛନ୍ତି ।

ସମ୍ବନ୍ଧିତ ଖବର