ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ, ଗୁଳି ଚଳାଇଲା ବିଏସଏଫ୍

ଶ୍ରୀନଗର : ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖାଯାଇଛି । ତେବେ ସତର୍କ ଥିବା ବିଏସଏଫ୍ ଯବାନମାନେ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଛି ।

ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନସାରେ ଗତ ରାତିରେ ଜମ୍ମୁର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ଉପରେ ଏକ ଲାଲ୍ ଆଲୋକ ଉଡ଼ୁଥିବା ଦେଖାଯାଇଥିଲା । ତେବେ ସତର୍କ ଥିବା ବିଏସଏଫ୍ ଯବାନମାନେ ଏହାକୁ ଡ୍ରୋନର ଆଲୋକ ବୋଲି ଜାଣିବାପରେ ଛଅ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଥିଲା । ଏହା ପରେ ବିଏସଏଫ୍ ପକ୍ଷରୁ ତୁରନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ତେବେ ଉକ୍ତ ଡ୍ରୋନର କୌଣସି ସଂଧାନ ମିଳିନଥିଲା ।

ଗତ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ବିସ୍ଫୋରକ ପଠାଇ ଜମ୍ମୁସ୍ଥିତ ବାୟୁସେନା ଘାଟିରେ ବିସ୍ଫୋରଣ କରିଥି୍ଲେ । ଏହି ଘଟଣାରେ ଦୁଇଜଣ ବାୟୁସେନା କର୍ମଚାରୀ ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର