ନୂଆଦିଲ୍ଲୀ : ଜାନୁଆରି ୨୬ ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ପାକିସ୍ତାନ ସେନା ଓ ଆଇଏସ୍ଆଇ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ କ୍ୟାମେରା ଓ ସିଗ୍ନାଲ୍ ଟାୱାର୍ ସ୍ଥାପନ କରିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀମାନେ ନିୟନ୍ତ୍ରଣରେଖା ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଆକ୍ରମଣ ଘଟାଇବାକୁ ଯୋଜନା କରୁଛନ୍ତି। ଏଣୁ ଏସବୁ ଗ୍ରାମଗୁଡ଼ିକର ଗତିବିଧି ଲକ୍ଷ୍ୟ କରିବାକୁ ପାକିସ୍ତାନ ସେନା ଏବଂ ଆଇଏସ୍ଆଇ କ୍ୟାମେରା ଓ ସିଗ୍ନାଲ୍ ଟାୱାର ସ୍ଥାପନ କରିଛି। ଏହାଦ୍ବାରା ପାକିସ୍ତାନ ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବା ସହିତ ଆତଙ୍କବାଦୀଙ୍କୁ ଆଗୁଆ ସୁରକ୍ଷା ମଧ୍ୟ ଦେବାକୁ ଯୋଜନା କରିଛି। ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟରେ ୧୮ଟି ସିଗ୍ନାଲ ଟାୱାର ସ୍ଥାପନ କରିଥିବା ଜଣାପଡ଼ିଛି। ସେହିଭଳି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନୀ ସେନା ଅଧିକାରୀମାନେ ପିଓକେ ବ୍ରିଗେଡ଼ିୟର ଆସିମ୍ ଖାନ୍ଙ୍କ ସହ ଚଳିତ ମାସ ୮ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିବା ନେଇ ମଧ୍ୟ ଗୁଇନ୍ଦା ସୂଚନା ମିଳିଛି। ହିଜ୍ବୁଲ, ଜୈସ୍ ଏବଂ ଲସ୍କର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ଆଶଙ୍କା ଥିବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
କାଶ୍ମୀରରେ ବଡ଼ ଆକ୍ରମଣ ପାଇଁ ପାକ୍ ସେନା-ଆଇଏସ୍ଆଇର ଷଡ଼ଯନ୍ତ୍ର : ଏଲ୍ଓସି ନିକଟରେ ପାକ୍ ସେନାର ସିଗ୍ନାଲ ଟାୱାର
/sambad/media/post_attachments/wp-content/uploads/2020/01/telecommunication-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)