ଆମେରିକାରେ ବେଇଜ୍ଜତ ହେଲା ପାକ୍ ପ୍ରତିନିଧିମଣ୍ଡଳ

ଆମେରିକା ଗସ୍ତରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଜଣେ ବରିଷ୍ଠ ଆମେରିକୀୟ ସାଂସଦ ପାକିସ୍ତାନକୁ ଆତଙ୍କବାଦକୁ ନେଇ କଡ଼ା ପ୍ରଶ୍ନ ପଚାରିଛନ୍ତି ।

ବିଲାଓ୍ବଲଙ୍କୁ କଡ଼ା ଜବାବ : ପାକିସ୍ତାନ ବୋଧହୁଏ ୧୯୭୧ କଥା ଭୁଲଗଲାଣି : ଭାରତ

ଓ୍ବାସିଂଟନ : ଅପରେସନ ସିନ୍ଦୁର ପରେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ବିଦେଶରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା। ଏହାକୁ ନକଲ କରି, ପାକିସ୍ତାନ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକାକୁ ପଠାଇଛି। ତେବେ ଆମେରିକା ଗସ୍ତରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଜଣେ ବରିଷ୍ଠ ଆମେରିକୀୟ ସାଂସଦ ପାକିସ୍ତାନକୁ ଆତଙ୍କବାଦକୁ ନେଇ କଡ଼ା ପ୍ରଶ୍ନ ପଚାରିଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଭାରତର ଆତଙ୍କବାଦ ବିରୋଧୀ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରି, ବରିଷ୍ଠ ଆମେରିକୀୟ କଂଗ୍ରେସ ସଦସ୍ୟ ବ୍ରାଡ ଶେର୍ମାନ ପାକିସ୍ତାନୀ ପ୍ରତିନିଧି ଦଳକୁ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପାକିସ୍ତାନ ଭିତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଥିଲେ।

ଗୁରୁବାର (ଜୁନ୍ ୦୫, ୨୦୨୫) ୱାଶିଂଟନ ଡିସିରେ ପାକିସ୍ତାନୀ ପ୍ରତିନିଧି ଦଳକୁ ଭେଟି ଶେର୍ମାନ ଡାକ୍ତର ଶକିଲ ଆଫ୍ରିଦିଙ୍କ ମୁକ୍ତି ପାଇଁ ଅନୁରୋଧ କରିଥିଲେ। ଡାକ୍ତର ଆଫ୍ରିଦି ଜଣେ ପାକିସ୍ତାନୀ ଡାକ୍ତର ଯିଏ ଓସାମା ବିନ୍ ଲାଡେନଙ୍କୁ ଖୋଜିବାରେ ସିଆଇଏକୁ ସାହାଯ୍ୟ କରିବା ପାଇଁ ଜେଲ ଯାଇଥିଲେ। ଆଫ୍ରିଦି ଖାଇବର ପଖତୁନଖ୍ୱା ପ୍ରଦେଶରେ ଲାଡେନଙ୍କ ପରିବାରରୁ ଡିଏନଏ ନମୁନା ସଂଗ୍ରହ କରିବା ପାଇଁ ଏକ ଗୁପ୍ତ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଚଳାଇବାରେ ସାହାଯ୍ୟ କରିଥିଲେ। ୨୦୧୧ ମସିହା ମେ ମାସରେ ଆବୋଟାବାଦରେ ବିନ୍ ଲାଡେନ୍ଙ୍କ ଆଡ୍ଡା ଉପରେ ଆମେରିକାର ଚଢାଉ ପରେ ଗିରଫ ହୋଇଥିବା ଆଫ୍ରିଦିଙ୍କୁ ୨୦୧୨ ମସିହାରେ ୩୩ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ଶର୍ମାନ୍ ଆଫ୍ରିଦିଙ୍କ ମୁକ୍ତିକୁ ୯/୧୧ ପୀଡିତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe