ନୂଆଦିଲ୍ଲୀ: ଜାନୁଆରୀ ୧୭ ତାରିଖରୁ ଲଗାତାର ୫ ଦିନ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୫ ଭାରତୀୟ ଯବାନଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୨୦ ତାରିଖରେ ପାକ୍ ଗୁଳିରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଭାରତୀୟ ସେନା ଯବାନ ନାଏକ୍ ଜଗଦିଶ୍ ଆଜି ସହିଦ ହୋଇଯାଇଛନ୍ତି। ୩୪ ବର୍ଷୀୟ ଜଗଦୀଶ ଜମ୍ମୁ କଶ୍ମୀରର କ୍ରିଷ୍ଣା ଘୋଟି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ଗୁଳିମାଡ଼ରେ ଆହତ ହୋଇଥିଲେ। ତେବେ ସାମରିକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି ବୋଲି ଉତ୍ତର କମାଣ୍ଡ୍ର ମୁଖପାତ୍ର କର୍ନେଲ୍ ଏନ୍ଏନ୍ ଜୋଶୀ କହିଛନ୍ତି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଗଣ୍ଡାସୁ ଗ୍ରାମର ବାସିନ୍ଦା ଜଗଦିଶ୍ ଜଣେ ଅତ୍ୟନ୍ତ ସାହସୀ ଏବଂ କର୍ତ୍ତବ୍ୟନିଷ୍ଠ ଯବାନ ଥିଲେ ବୋଲି ଯୋଶୀ କହିଛନ୍ତି। ଗତ ସପ୍ତାହରେ ହୋଇଥିବା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ବିଏସଏଫର ୨ ଯବାନ ସହିଦ ହୋଇଥିବାବେଳେ ୪ ସେନା ଯବାନ ସହିଦ ହୋଇଛନ୍ତି।
ପାକ୍ ଗୁଳିରେ ଆହତ ଯବାନ ସହିଦ
/sambad/media/post_attachments/wp-content/uploads/2018/01/KASHMIR-CEASEFIRE.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)