ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଲଗାତାର ୫ଦିନ ଧରି ପାକ୍ ରେଞ୍ଜର୍ସଙ୍କର ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ଯବାନମାନେ। ପାକିସ୍ତାନର ଏପରି ଔଦ୍ଧତ୍ୟ ପାଇଁ ଗତ ରବିବାର ସନ୍ଧ୍ୟାରୁ ଜମ୍ମୁ କଶ୍ମୀରର ଦୀର୍ଘ ୧୯୦ କିମିର ଅନ୍ତର୍ଜାତୀୟ ସୀମା ନିକଟରେ ସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି। ପାକ୍ ରେଞ୍ଜର୍ସମାନେ ସମଗ୍ର ସୀମାରେ ଗୁଳିମାଡ଼ ଚଳାଇଛନ୍ତି। ତେବେ ତାହାକୁ ଦୃଷ୍ଟିରେ ରଖି ବିଏସଏଫ୍ ଯବାନମାନେ ପାକ୍ ଶିବିରଗୁଡ଼ିକୁ ନିଶାଣ କରି ମୋର୍ଟାର ମାଡ଼ ଜାରି ରଖିଛନ୍ତି। ଏଥିରେ ପାକ୍ ରେଞ୍ଜର୍ସଙ୍କର ଅନେକ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଧ୍ୱସ୍ତ ହୋଇଯିବା ସହ ଇନ୍ଧନ ଭଣ୍ଡାରଗୁଡ଼ିକୁ ମଧ୍ୟ ଛାରଖାର ହୋଇଯାଇଥିବା ଖବର ମିଳିଛି। ଗତ ୧୯ ତାରିଖ ପରଠାରୁ ବିଏସ୍ଏଫ୍ ଯବାନମାନେ ପାଖାପାଖି ୯୦୦୦ ରାଉଣ୍ଡ୍ ଗୋଳାମାଡ଼ କରିଥିବା ଜଣାଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଆହୁରି ୩ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି।
ପାକ୍ ଅସ୍ତ୍ରଭଣ୍ଡାର ଧ୍ୱସ୍ତ କଲା ବିଏସ୍ଏଫ୍
/sambad/media/post_attachments/wp-content/uploads/2018/01/bsf-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)