ଇସଲାମାବାଦ୍: ଭାରତ ପାଇଁ ପାକ୍ ବାୟୁସୀମା ବନ୍ଦ ନେଇ ଏ ଯାବତ୍ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପ୍ରତ୍ୟେକ ଦିଗକୁ ଭଲଭାବେ ଅନୁଶୀଳନ କରିବାପରେ ଏ ବାବଦ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି ଆଜି ଗଣମାଧ୍ୟମକୁ କହିଛନ୍ତି। ଭାରତକୁ ବାୟୁସୀମା ବନ୍ଦ ହୋଇଥିବା ଖବରକୁ କୁରେଶି ଖଣ୍ଡନ କରିଛନ୍ତି। କୁରେଶି କହିଛନ୍ତି ଏବାବଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ ଗତ ମଙ୍ଗଳବାର ଦିନ ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ୍ ଚୌଧୁରି ଟ୍ବିଟ୍ ମାଧ୍ୟମରେ କହିଥିଲେ ଯେ ପାକିସ୍ତାନ ଭାରତକୁ ଏହାର ସମସ୍ତ ବାୟୁସୀମା ବନ୍ଦ କରିଦେବାକୁ ଯାଉଛି। ପାକିସ୍ତାନ ଗଣମାଧ୍ୟମରେ ପାକିସ୍ତାନ ଭାରତ ପାଇଁ ବାୟୁସୀମା ବନ୍ଦ କରିଥିବା ନେଇ ଖବର ପ୍ରକାଶ ପାଇବାପରେ ପାକ୍ ବିଦେଶ ମନ୍ତ୍ରୀ କୁରେଶି ଏହାକୁ ଖଣ୍ଡନ କରିବା ଚର୍ଚ୍ଚାର ବିଷୟ ପାଲଟିଛି।
ଭାରତକୁ ବାୟୁସୀମା ବନ୍ଦ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ପାକ୍ ବିଦେଶ ମନ୍ତ୍ରୀ
/sambad/media/post_attachments/wp-content/uploads/2019/08/pak-foreign-minister.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)