ଇସ୍ଲାମାବାଦ : ଶୁକ୍ରବାର ଭାରତର ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଥିବାବେଳେ ତାହାର ଦିନକ ପୂର୍ବରୁ ପାକିସ୍ତାନ ନିଜର ସ୍ବାଧୀନତା ଦିବସ ପାଳନ କରିଛି। ଆଜି ଭାରତ ସରକାର ଅପରେସନ ସିନ୍ଦୂରରେ ସାହସିକତା ଦେଖାଇଥିବା ସୈନିକମାନଙ୍କ ପାଇଁ ବୀରତା ପଦକ ଘୋଷଣା କରିଥିବାବେଳେ ପାକିସ୍ତାନ ମଧ୍ୟ ନିଜର ସୈନିକମାନଙ୍କୁ ପଦକ ପ୍ରଦାନ କରିଛି ।
ତେବେ ଏହା ମଧ୍ୟରେ ଫରକ ହେଉଛି ଯେ ଭାରତୀୟ ସାମରିକ ବାହିନୀ ପାକିସ୍ତାନ ଉପରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ନିଜର ସୈନିକମାନଙ୍କୁ ପଦକ ପ୍ରଦାନ କରୁଥିବାବେଳେ ପାକିସ୍ତାନ ପରାଜୟକୁ ଲୁଚାଇବାକୁ ନିଜ ସୈନିକମାନଙ୍କୁ ସାହସିକତା ପଦକ ପ୍ରଦାନ କରୁଛି । ଭାରତର ଦାବିର ଓଲଟା ପାକିସ୍ତାନ ମଧ୍ୟ ନିଜର ବିଜୟ ଦାବି କରୁଛି । ଏପରିକି ନିରପେକ୍ଷ ସାମରିକ ବିଶେଷଜ୍ଞଙ୍କ ରିପୋର୍ଟ ପରେ ବି ପାକିସ୍ତାନ ନିଜ ଲୋକଙ୍କୁ ଭୁଆଁ ବୁଲାଇଚାଲିଛି ।
ତେବେ ଏହା ମଧ୍ୟରେ ଫରକ ହେଉଛି ଯେ ଭାରତୀୟ ସାମରିକ ବାହିନୀ ପାକିସ୍ତାନ ଉପରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ନିଜର ସୈନିକମାନଙ୍କୁ ପଦକ ପ୍ରଦାନ କରୁଥିବାବେଳେ ପାକିସ୍ତାନ ପରାଜୟକୁ ଲୁଚାଇବାକୁ ନିଜ ସୈନିକମାନଙ୍କୁ ସାହସିକତା ପଦକ ପ୍ରଦାନ କରୁଛି ।
ଆଜି ୧୪ ଅଗଷ୍ଟ ଉପଲକ୍ଷେ ପାକିସ୍ତାନ ପକ୍ଷରୁ ନିଜର ସେନା ଓ ବାୟୁସେନା ଯବାନମାନଙ୍କୁ ବୀରତା ପଦକ ପ୍ରଦାନ କରିଛି । ଏମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ହେଉଛି ଯେ ଓ୍ବିଙ୍ଗ କମାଣ୍ଡର ମହମ୍ମଦ ମଲିକ ରିଜଓ୍ବାନ ହକଙ୍କୁ ଭାରତର ଏସ-୪୦୦ ଧ୍ବଂସ ପାଇଁ ପଦକ ପ୍ରଦାନ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି ।
ଉଲ୍ଲେଖନୀୟ ଯେ ପାକିସ୍ତାନ ଦାବିର ବିପରୀତ ଆଦମପୁର ବାୟୁସେନା ଘାଟିଠାରେ ଥିବା ଭାରତର ଏସ-୪୦୦ ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଅପରେସନ ସିନ୍ଦୂର ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକୁ ଯାଇ ସମଗ୍ର ବିଶ୍ବକୁ ପାକିସ୍ତାନ ମିଛର ପର୍ଦ୍ଦାଫାସ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/14/sindoor-2025-08-14-22-57-32.jpg)