ପାକିସ୍ତାନ  ମୁଣ୍ଡରେ  ଚଡ଼କ , ଚୀନ ବି ବଞ୍ଚେଇପାରିଲା ନାହିଁ

ଇସ୍ଲାମାବାଦ: ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପକ୍ଷରୁ ପାକିସ୍ତାନକୁ ଟେରର ଫାଇନାନ୍ସିଙ୍ଗ ଓ୍ଵାଚଲିଷ୍ଟରେ ଅନ୍ତର୍ଭୁକ୍ତ କରିଛି । ଏ ସଂପର୍କରେ  ଏଫଏଟିଏଫ  ପକ୍ଷରୁ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନଥିଲେ ମଧ୍ୟ କେତେକ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି  ଏକ ଅନ୍ତର୍ଜାତୀୟ  ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ଏଫଏଟିଏଫର ଏହି ନିଷ୍ପତ୍ତି ପରେ ପାକିସ୍ତାନର ଦୁର୍ବଳ ଅର୍ଥନୀତି ଆହୁରି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ବିଦେଶୀ ପୁଞ୍ଜି ଆସିବାରେ ମଧ୍ୟ ବାଧାସୃଷ୍ଟି ହେବ । ଅନ୍ୟପକ୍ଷରେ ଏହା ଦ୍ୱାରା ପାକିସ୍ତାନ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବା ସମ୍ଭାବନା ରହିଛି ।

ଆତଙ୍କବାଦକୁ ପାଣ୍ଠି ଯୋଗାଣ  କରୁଥିବାରୁ ପାକିସ୍ତାନକୁ ଏହି ତାଲିକାରେ ସାମିଲ କରିବାକୁ  ଆମେରିକା ଚାପ ପକାଉଥିଲା । କିନ୍ତୁ ଏ କ୍ଷେତ୍ରରେ ସାଉଦିଆରବ, ତୁର୍କୀ ଓ ଚୀନ ପାକିସ୍ତାନକୁ ସମର୍ଥନ କରୁଥିଲେ । ପାକିସ୍ତାନ ଯେପରି ଏହି ତାଲିକାରେ ସାମିଲ ନ କରିବାକୁ ଏହି ୩ଟି ଦେଶ ଚାପ ପକାଉଥିଲେ । ତେବେ ଶେଷ ମୁହୂର୍ତ୍ତରେ ଚୀନ ନିଜର ବିରୋଧକୁ ପ୍ରତ୍ୟାହାର କରିନେଇଥିଲା ।

ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ  ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ବାରମ୍ବାର ଚେତାବନୀ ଦେଇଆସୁଥିଲେ । ଏହା ପୂର୍ବରୁ ପାକିସ୍ତାନକୁ ଆର୍ଥିକ ଅନୁଦାନ ମଧ୍ୟ ବନ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର