ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ ତାରିଖ ଅପରାହ୍ଣରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲା । ଏହା ସତ୍ତ୍ବେ ସେଦିନ ରାତିରେ ପୁଣି ଥରେ ପାକିସ୍ତାନପଟୁ ଡ୍ରୋନଗୁଡ଼ିକର ଅନୁପ୍ରବେଶ ହୋଇଥିଲା । ଏହାଛଡ଼ା ଏଲଓସିରେ ବି ଗୋଳାବର୍ଷଣ କରିଥିଲା । ଏହା ପରଦିନ ବି ପାକିସ୍ତାନ ପକ୍ଷରୁ ଡ୍ରୋନ ବର୍ଷଣ କରାଯାଇଥିଲା । ଯୁଦ୍ଧ ବିରତି ଘୋଷଣା ପରେ ବି ପାକିସ୍ତାନ ଯୁଦ୍ଧ ବିରତି ଉଲ୍ଲଙ୍ଘନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ ଥିବା ଜଣାଯାଇଛି । ଚୀନ ପାକିସ୍ତାନର ଏକ ସମର୍ଥକ ରାଷ୍ଟ୍ର ହୋଇଥିବାବେଳେ ଚୀନକୁ ନ ଜଣାଇ ଆମେରିକା ସହାୟତାରେ ଅଥବା ସିଧାସଳଖ ଭାରତ ସହ କଥାବାର୍ତ୍ତା କରି ଯୁଦ୍ଧବିରତି ଘୋଷଣା କରିବା ଦ୍ବାରା ଚୀନ ବେଶ ଅପମାନିତ ହୋଇଥିଲା । ଏହା ପରେ ଚୀନ ପାକିସ୍ତାନ ଉପରେ ଚାପ ପକାଇ ପୁଣି ଥରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିଲା ।
ଏବେ ଏହି ରହସ୍ୟ ପଛରୁ ପର୍ଦ୍ଦା ହଟିଛି । ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ ଥିବା ଜଣାଯାଇଛି । ଚୀନ ପାକିସ୍ତାନର ଏକ ସମର୍ଥକ ରାଷ୍ଟ୍ର ହୋଇଥିବାବେଳେ ଚୀନକୁ ନ ଜଣାଇ ଆମେରିକା ସହାୟତାରେ ଅଥବା ସିଧାସଳଖ ଭାରତ ସହ କଥାବାର୍ତ୍ତା କରି ଯୁଦ୍ଧବିରତି ଘୋଷଣା କରିବା ଦ୍ବାରା ଚୀନ ବେଶ ଅପମାନିତ ହୋଇଥିଲା । ଏହା ପରେ ଚୀନ ପାକିସ୍ତାନ ଉପରେ ଚାପ ପକାଇ ପୁଣି ଥରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିଲା । ଏହା ପରେ ସେଦିନ ରାତିରେ ଚୀନର ବୈଦେଶିକ ମନ୍ତ୍ରୀ ଭାରତର ଏନଏସଏ ଅଜିତ ଡୋଭାଲ ଓ ପାକିସ୍ତାନୀ ଉପପ୍ରଧାନମନ୍ତ୍ରୀ ଇଶାକ ଡରଙ୍କ ସହ ଆଲୋଚନା କରିବାପରେ ଯୁଦ୍ଧ ଅଟକିଥିଲା । ଏହାଫଳରେ ଚୀନ ନିଜର ସମ୍ମାନକୁ ରକ୍ଷା କରିପାରିଥିଲା । ୧୦ ତାରିଖ ରାତିରେ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଟ୍ବିଟରେ ଏପରି କିଛି ସଂକେତ ଦେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/16/GRQFCpmMSpjGuSW7e8Ug.jpg)