ସ୍ୱାଧୀନତା ଦିବସରେ ମିଠାବାଣ୍ଟିଲା ପାକିସ୍ତାନ, ଗୁଳି ବି ଚଳାଇଲା

ଶ୍ରୀନଗର : ସ୍ୱାଧୀନତା ଦିବସ ଅବସରରେ ଓ୍ଵାଘା ସୀମାରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ମିଠା ଦିଆନିଆ ହୋଇଥିବାବେଳେ ସେପଟେ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ତେବେ ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରିଦେଇଛି ଭାରତୀୟ ସେନା ।
ଆଜି ସକାଳ ୫ଟା ୧୫ରେ କେତେକ ପାକ୍‌ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ବିଏସଏଫ ଯବାନ ମାନେ ତାହାକୁ ପଣ୍ଡ କରିଦେଇଛନ୍ତି । ବିଏସଏଫକୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତାହାର ତୁରନ୍ତ ଜବାବ ସୁରକ୍ଷାବାହିନୀ ଦେଇଥିଲା । ବିଏସଏଫର ପ୍ରବଳ ଆକ୍ରମଣକୁ ସାମନା କରିନପାରି ଆତଙ୍କବାଦୀମାନେ ପଳାୟନ କରିଥିଲେ । ତେବେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହେଲିକାପ୍ଟର ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସୁଗମ କରିବାକୁ ପାକିସ୍ତାନ ସେନା ପକ୍ଷରୁ ସୀମା ସେପଟୁ ପ୍ରବଳ ଗୁଳିମାଡ କରାଯାଇଥିଲା ।

ସମ୍ବନ୍ଧିତ ଖବର