ନୂଆଦିଲ୍ଲୀ : ଭାରତ ଆଇଟି ଏକ୍ସପର୍ଟ (ବିଶେଷଜ୍ଞ) ହୋଇଥିବାବେଳେ ପାକିସ୍ତାନ ବି ଆଇଟି ଏକ୍ସପର୍ଟ । କିନ୍ତୁ ତଫାତ ହେଉଛି ଭାରତ ପାଇଁ ଆଇଟିର ଅର୍ଥ ଇନଫର୍ମେସନ ଟେକନଲୋଜୀ (ସୂଚନା ପ୍ରଯୁକ୍ତି ହୋଇଥିବାବେଳେ ପାକିସ୍ତାନ ପାଇଁ ତାହା ଇଣ୍ଟରନ୍ୟାସନାଲ ଟେରୋରିଜିମ (ଅନ୍ତର୍ଜାତୀୟ ଆତଙ୍କବାଦ) ।

Advertisment

ଭାରତ ଇନଫର୍ମେସନ ଟେକନଲୋଜୀ (ସୂଚନା ପ୍ରଯୁକ୍ତି)ରେ ବିଶେଷଜ୍ଞ ହୋଇଥିବାବେଳେ ପାକିସ୍ତାନ ଅନ୍ତର୍ଜାତୀୟ ଆତଙ୍କବାଦରେ ବିଶେଷଜ୍ଞ । ତେବେ ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ଭାରତ ସରକାରଙ୍କ ଦୃଢ ଆଭିମୁଖ୍ୟ ଯୋଗୁଁ ପାକିସ୍ତାନ ନିଜ ଏଜେଣ୍ଡାରେ ସଫଳ ହୋଇପାରୁନାହିଁ ବୋଲି ସେ ବରୋଦରାଠାରେ କହିଛନ୍ତି ।

ଗତ ଅନେକ ବର୍ଷ ଧରି ପାକିସ୍ତାନ ଆତଙ୍କବାଦ ଚଳାଇଆସିଥିଲା । କିନ୍ତୁ ଏବେ ଭାରତ ବିଶ୍ବରେ ଆତଙ୍କବାଦ ବିରୋଧରେ ଜନମତ ସୃଷ୍ଟି କରିବାରେ ସଫଳ ହୋଇଛି ।

ରୁଷ-ୟୁକ୍ରେନ ବିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭେଲଡୋମିର ଜେଲେନସ୍କିଙ୍କୁ କିଛି ସମୟ ପାଇଁ ଅସ୍ତ୍ରବିରତି ପାଇଁ କରିଥିଲେ ଯାହା ଫଳରେ ଆମେ ଆମର ଛାତ୍ରମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିପାରିଥିଲେ ।

ୟୁକ୍ରେନ ଯୁଦ୍ଧ ଯୋଗୁଁ ପେଟ୍ରୋଲ ମୂଲ୍ୟ ଦ୍ୱିଗୁଣିତ ହୋଇଛି। ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସରକାର ମତ ରଖିଥିଲେ ଯେ ଆମ ଦେଶ ପାଇଁ ଯାହା ଭଲ ତାହା କରିବାକୁ ହେବ ଏବଂ ଯଦି ଚାପ ଆସେ ତେବେ ଆମକୁ ସାମ୍ନା କରିବାକୁ ପଡିବ ।