ପାକ୍‌ ଗୁଳିମାଡ଼ରେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକ୍‌ ସେନା ପୁଣିଥରେ ଅ‌ସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପାକ୍‌ ଗୁଳି ମାଡ଼ରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ୍‌ କର୍ନେଲ୍‌ ଦେବେନ୍ଦ୍ର ଆନନ୍ଦଙ୍କ କହିବା ଅନୁଯାୟୀ ପାକ୍‌ ସେନା ପକ୍ଷରୁ ଗତକାଲି ନୌସେରା ସେକ୍ଟର ନିକଟସ୍ଥ ଏଲ୍‌ଓସି ନିକଟରେ ଅପରାହ୍ନ ପ୍ରାୟ ୨ଟା ୪୫ରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ପ୍ରବଳ ଗୁଳିଗୋଳା ମାଡ଼ ହୋଇଥିଲା। ଏହାଦ୍ବାରା ସେନାବାହିନୀର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସହିଦ ଯବାନଙ୍କୁ ନାଏକ ଗୋସାବି କେଶବ ସୋମଗିର ବୋଲି ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର