“ ହେ ଈଶ୍ୱର ! ଭାରତର ବାଜା ବଜେଇ ଦିଅ”, ସବୁଆଡୁ ନିରାଶ ହୋଇ ଈଶ୍ୱରଙ୍କ ଶରଣରେ ପାକିସ୍ତାନୀ ନେତା

ନୂଆଦିଲ୍ଲୀ : ଅଜବ ଦେଶ ପାକିସ୍ତାନ ! ଦେସ ଦେବାଳିଆ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ଦେଶକୁ ସୁଧାରିବା ବଦଳରେ କିପରି ଭାରତ ତଳିତଳାନ୍ତ ହେବ ସେଥିଲାଗି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଅବଶ୍ୟ ଜମ୍ମୁ ଓ କଶ୍ମୀରରୁ ଭାରତ ଧାରା ୩୭୦ ଉଠାଇଦେବା ପରେ ପାକିସ୍ତାନ ସବୁଆଡୁ ନିରାଶ ହେବା ପରେ ଏବେ କେବଳ ଈଶ୍ୱରଙ୍କୁ ଡାକିବା ଛଡା ଅନ୍ୟ ଉପାୟ ନାହିଁ ।

 

ଆଜି ପାକିସ୍ତାନର ଖାଇବର ପଖତୁନଖ୍ଵାବା ରାଜ୍ୟରେ ଭାରତ ବିରୋଧରେ ଏକ ର‍୍ୟାଲି ହେଉଥିଲା । ଏଥିରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ମେହମୁଦ ଖାଁ ଯୋଗ ଦେଇଥିଲେ । ଏହି ଅବସରରେ ସେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିକହିଥିଲେ ଯେ “ଆମ ପ୍ରତି ଦୟା ଦେଖାଅ ଓ ଭାରତର ବାଜା ବଜେଇ ଦିଅ” ( ଅର୍ଥାତ ଭାରତ ବିପଦରେ ପଡୁ) । ଏହାକୁ ଶୁଣି ଉପସ୍ଥିତ ଲୋକମାନେ ସମର୍ଥନ କରିଥିଲେ ମଧ୍ୟ ନିଜର ହସ ରୋକିପାରିନଥିଲେ ।
ଗତକାଲି ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ମୋଦୀଙ୍କ ବିରୋଧରେ ଭାଷଣ ଦେବା ବେଳେ ହଠାତ ତାଙ୍କ ହାତକୁ ବିଦ୍ୟୁତ ଝଟକା ଲାଗିଥିଲା । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର