ଯେକୌଣସି ସମୟରେ ଆତଙ୍କବାଦୀ ହାଫିଜ ସଇଦକୁ ଗିରଫ କରିପାରେ ପାକିସ୍ତାନ, ଲୋକଦେଖାଣିଆ ବୋଲି କହିଲା ଭାରତ

ଇସ୍ଲାମାବାଦ : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଓ ତାର ୧୨ ଜଣ ଘନିଷ୍ଠ ସହଯୋଗୀଙ୍କୁ ପାକିସ୍ତାନ ସରକାର ଖୁବଶୀଘ୍ର ଗିରଫ କରିପାରନ୍ତି । ସେମାନଙ୍କ ବିରୋଧରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଆରୋପ ଲଗାଯାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ଗତକାଲି ଏହି ୧୩ ଜଣଙ୍କ ବିରୋଧରେ ୨୩ଟି ଏଫଆଇଆର ରୁଜ୍ଜୁ କରାଯାଇଥିଲା । ଏହି କାରଣରୁ ସେମାନଙ୍କ ଗିରଫଦାରି ଅବଶ୍ୟମ୍ଭାବୀ ହୋଇପଡିଛି ।

ତେବେ ଏହା କେବଳ ଲୋକ ଦେଖଣିଆ ବୋଲି ଭାରତ କହିଛି । ପାକିସ୍ତାନ ଏବେ ଗଭୀର ଆର୍ଥିକ ସଂକଟରେ ପଡିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ମଂଜୁର କରିଥିବାବେଳେ ସେଥିପାଇଁ କେତେକ କଠୋର ସର୍ତ୍ତ ଆରୋପ କରିଛି । ଅନ୍ୟପକ୍ଷରେ ଏଫଏଟିଏଫ ଏବେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିବାବେଳେ ଆଗାମୀ ଦିନରେ କଳା ତାଲିକାଭୁକ୍ତ ମଧ୍ୟ କରିବାର ଆଶଙ୍କା ରହିଛି । ଏହି କାରଣରୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କେତେକ ପଦକ୍ଷେପ ନେଉଛି ବୋଲି ବିଶ୍ୱକୁ ଦେଖାଇବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର