ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନ ଆଜି କଶ୍ମୀର ପ୍ରସଙ୍ଗ ଉଠାଇଛି। କଶ୍ମୀରବାସୀ ଆତ୍ମ ନିୟନ୍ତ୍ରଣ ଅଧିକାର ପାଇଁ ଚଳାଇଥିବା ସଂଗ୍ରାମକୁ ଚାପି ଦେବାକୁ ଭାରତୀୟ ସେନା ସେଠାରେ ନିର୍ମମ ଅତ୍ୟାଚାର ଚଳାଇଛନ୍ତି। ଜାତିସଂଘ ଏଥିରେ ହସ୍ତକ୍ଷେପ କରି କଶ୍ମୀର ପାଇଁ ସ୍ୱତନ୍ତ୍ର ପ୍ରତିନିଧିି ନିଯୁକ୍ତ କରିବାକୁ ପାକ୍ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ଦାସୀ ଦାବି କରିଛନ୍ତି।
ଅବ୍ଦାସୀ କହିଲେ ଯେ କଶ୍ମୀରରେ ପ୍ରତି ମୁହୂର୍ତ୍ତରେ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଛି। କଶ୍ମୀରବାସୀଙ୍କ ଆଶା ଆକାଂକ୍ଷା ଆଦି ଅର୍ଥହୀନ ହୋଇପଡ଼ିଛି। ଆତ୍ମନିୟନ୍ତ୍ରଣ ଅଧିକାର ପାଇଁ ସଂଗ୍ରାମ କରୁଥିବା ରାଜ୍ୟବାସୀଙ୍କ ପ୍ରତି ଭାରତ ସରକାରଙ୍କ ନିର୍ମମ ଅତ୍ୟାଚାର ସୀମା ଲଙ୍ଘନ କରିଛି। ସେଠାରେ ବିରୋଧୀ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ ଅଟକ ରଖାଯାଇ ନିର୍ଯାତନା ଦିଆଯାଉଛି।
କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଜରୁରୀ। ଏଥିପାଇଁ ପାକିସ୍ତାନର ବହୁବାର ଉଦ୍ୟମ ବିଫଳ ହୋଇଛି। ଦୁଇ ଦେଶ ମଧ୍ୟରେ ସଦ୍ଭାବ ଓ ସୁରକ୍ଷା ପ୍ରତିଷ୍ଠା ନିମନ୍ତେ କଶ୍ମୀର ସମେତ ଅନ୍ୟାନ୍ୟ ବିବାଦର ସମାଧାନ କରିବାକୁ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି। କିନ୍ତୁ ପାକିସ୍ତାନ ସହ ଆଲୋଚନା କରିବାକୁ ଭାରତ ପଛଘୁଞ୍ଚା ଦେଉଛି। ଅପରପକ୍ଷରେ ଭାରତ ପାକିସ୍ତାନ ବିରୋଧରେ ସୀମାପାର ଆତଙ୍କବାଦ ଓ ବିଧ୍ୱଂସମୂଳକ କାର୍ଯ୍ୟକଳାପ ଚଳାଇଛି। ସୀମାରେ ଗତ ଜାନୁଆରିଠାରୁ ଏପର୍ଯ୍ୟନ୍ତ ୬୦୦ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲେ ମଧ୍ୟ ପାକିସ୍ତାନ ସଂଯମ ରହିଛି। ଭାରତର ଏହି ସୀମିତ ଯୁଦ୍ଧ ସିଦ୍ଧାନ୍ତର କଡ଼ା ଜବାବ ଦେବାକୁ ପାକିସ୍ତାନ ପ୍ରସ୍ତୁତ ହେଉଛି। ତେବେ ସୀମାପାର ଆକ୍ରମଣ ପାଇଁ ଭାରତ ଦୁଃସାହାସ କଲେ ଏହା ତାପାଇଁ ମହଙ୍ଗା ସାବ୍ୟସ୍ତ ହେବ। କଶ୍ମୀରରେ ଭାରତ ଅତ୍ୟାଚାରର ଅବସାନ ପାଇଁ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ତଦନ୍ତ କମିସନ ପଠାଇବା ସହ ସୁରକ୍ଷା ପରିଷଦରେ ପୂର୍ବରୁ ଗୃହୀତ ପ୍ରସ୍ତାବ ଅନୁଯାୟୀ ଗଣଭୋଟ କରାଯିବାକୁ ସେ ଦାବି କରିଥିଲେ।
କଶ୍ମୀରରେ ଜାତିସଂଘ ହସ୍ତକ୍ଷେପ ଲୋଡ଼ିଲେ ଅବ୍ଦାସୀ
ଜାତିସଂଘରେ ଭାରତ-ପାକିସ୍ତାନ ମୁହାଁମୁହିଁ
/sambad/media/post_attachments/wp-content/uploads/2017/09/shahid-khaqan-abbasi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)