ଇସଲାମାବାଦ:  ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଏୟାର ଷ୍ଟ୍ରାଇକ୍ ଲକ୍ଷ୍ୟ ନେଇ ପଶିଥିବା ପାକିସ୍ତାନୀ ପାଇଲଟ୍ ଶହାଉଜ ଉଦ୍ଦିନଙ୍କୁ ନିଜ ମାଟିରେ ଭାରତୀୟ ଭାବି ପିଟି ପିଟି ମାରିଦେଲେ ପାକିସ୍ତାନୀ ଲୋକ । ସୀମା ସେପଟୁ ଏଭଳି ଏକ ଅଭାବନୀୟ ଖବର ଆସିଛି ।

Advertisment

ପାକିସ୍ତାନୀ ଫାଇଟର୍ ଜେଟ୍ ଏଫ୍-୧୬ କୁ ଭାରତୀୟ ବାୟୁସେନା କମାଣ୍ଡର ଅଭିନନ୍ଦନ ଧ୍ୱସଂ କରିଥିଲେ। ଏହି ଏଫ୍-୧୬ ଫାଇଟର୍ ଜେଟକୁ ପାକିସ୍ତାନୀ ପାଇଲଟ୍ ଶହାଉଜ ଉଦ୍ଦିନ ଉଡାଉଥିଲେ । ‘ଫାଷ୍ଟପୋଷ୍ଟ’ ରିପୋର୍ଟ ଅନୁସାରେ ଏଫ୍-୧୬ ଫାଇଟର୍ ଜେଟ୍ ନଷ୍ଟ ହେବା ପରେ ପାଇଲଟ୍ ଶହାଜୁଦ୍ଦିନ ପାରାସୁଟ୍ ଜରିଆରେ ତଳକୁ ଡେଇଁ ପଡ଼ିଥିଲେ । ତଳକୁ ଆସିବା ପରେ ସେ ପିଓକେର ନୌସେରା ସେକ୍ଟରରେ ପହଂଚିଥିଲେ । ପିଓକେର ନୌସେରାରେ ପହଂଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଭାରତୀୟ ପାଇଲେଟ୍ ବୋଲି ଭାବି ପିଟିପିଟି ମାରି ଦେଇଥିଲେ ।

publive-image

ଏହି ଏୟାର୍ ଷ୍ଟ୍ରାଇକରେ ଭାରତୀୟ ଫାଇଟର୍ ଜେଟ୍ କ୍ରାଶ୍ ହୋଇଥିଲା ଏବଂ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ତମାନ ପାକିସ୍ତାନରେ ଅବତରଣ କରିଦେଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ପାଇଲଟଙ୍କୁ ଆଘାତ କରିବାବେଳେ ପାକିସ୍ତାନ ସେନା ତାଙ୍କୁ ଉଦ୍ଧାର କରି କବଜାକୁ ନେଇଥିଲେ ଏବଂ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନ ସ୍ୱଦେଶ ଫେରିଥିଲେ । କିନ୍ତୁ ଶହାଉଜ ଉଦ୍ଦିନଙ୍କ କ୍ଷେତ୍ରରେ କିଛି ଅଲଗା ହିଁ ହୋଇଗଲା । ଯେତେବେଳେ ଲୋକ ଜାଣିବାକୁ ପାଇଲେ ଯେ ପାଇଲଟ୍ ଜଣକ ପାକିସ୍ତାନୀ ସେତେବେଳେ ଖୁବ୍ ବିଳମ୍ବ ହୋଇଯାଇଥିଲା ।  ସେ ପାକ୍ ବାୟୁସେନାର ନମ୍ବର ୧୯  ସ୍କ୍ୱାର୍ଡନର ପାଇଲଟ୍ ଥିଲେ । ଏହି ସ୍କ୍ୱାର୍ଡନକୁ “ସେର୍ ଦିଲ୍ସ” ମଧ୍ୟ କୁହାଯାଏ ।