କର୍ତ୍ତାରପୁର କରିଡର ଉଦଘାଟନ ସମାରୋହ ପାଇଁ ମନମୋହନ ସିଂଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ପାକିସ୍ତାନରେ ଥିବା ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଯୋଡୁଥିବା କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଔପଚାରିକଭାବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି । ନଭେମ୍ବର ୯ରେ ଏହି ସମାରୋହ ଅନୁଷ୍ଠିତ ହେବ । ଏ ସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ଶେଷ ସପ୍ତାହରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମୋଦୀଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଡଃ. ସିଂ ପୂର୍ବରୁ ମନା କରିଦେଇଛନ୍ତି । ତେବେ ଗୁରୁନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ସେଠାକୁ ଯିବାକୁ ଥିବା ଶିଖ ପ୍ରତିନିଧିଦଳ (ଜଠା) ର ନେତୃତ୍ୱ କରିବାକୁ ସେ ସେଠାକୁ ଯିବାର ସମ୍ଭାବନା ରହିଛି । ଏଥିଲାଗି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କିଛିଦିନ ପୂର୍ବରୁ ମନମୋହନଙ୍କୁ ଭେଟି ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର