ପାକିସ୍ତାନକୁ ଏବେ ପିଓକେରେ କାର୍ଯ୍ୟାନୁଷ୍ଠାନ ଡର, ବିଚଳିତ ହୋଇ ଇମ୍ରାନ୍‌ ଖାନ୍‌ କହିଲେ- ଆମର ସେନା ପ୍ରସ୍ତୁତ

ଇସଲାମାବାଦ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବା ପରେ ଭାରତର ଆଭ୍ୟନ୍ତରୀଣ ମାମଲାକୁ ନେଇ ପାକିସ୍ତାନ ବ୍ୟସ୍ତ ହୋଇପଡ଼ିଛି। ପାକିସ୍ତାନ ଏବେ ଯୁଦ୍ଧ ପାଇଁ ମାନସିକ ଭାବେ ପ୍ରସ୍ତୁତ ରହୁଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ବିଧାନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ଭାରତ ଓ ପାକିସ୍ତାନରେ ଯଦି ଲଢ଼େଇ ହୁଏ, ତା’ ହେଲେ ଏଥି ପାଇଁ ବିଶ୍ୱବାସୀ ଦାୟୀ ରହିବେ।

ପାକିସ୍ତାନ ଏବେ ଭୟ କରୁଛି। ପିଓକେରେ ବାଲାକୋଟରେ ଭାରତ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇପାରେ। ଅନ୍ୟପକ୍ଷରେ ଭାରତକୁ ପାକିସ୍ତାନ ଯୁଦ୍ଧ ପାଇଁ ଧମକ ମଧ୍ୟ ଦେଇଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି, ପାକିସ୍ତାନ ନିଜ ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପ୍ରସ୍ତୁତ ଅଛି।

ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ନମିଳିବା ପରେ ବିଚଳିତ ହୋଇ ଇମ୍ରାନ କହିଛନ୍ତି, ଯଦି ଉଭୟ ଦେଶ ମଧ୍ୟରେ ଲଢ଼େଇ ହୁଏ, ଏଥିପାଇଁ ବିଶ୍ୱ ଦାୟୀ ରହିବ। ସେ କହିଛନ୍ତି, ଆମର ସେନା ପ୍ରସ୍ତୁତ ଅଛି ଏବଂ ଭାରତକୁ ଇଟାର ଜବାବ ପଥରରେ ଦିଆଯିବ। ଇମ୍ରାନ୍‌ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜବା କହିଛନ୍ତି, କଶ୍ମୀର ପାଇଁ ପାକିସ୍ତାନୀ ସେନା କୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର