ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପୋଷାକ ଖୋଲି ଯାଞ୍ଚ କରାଗଲା

ଓ୍ଵାସିଂଟନ : ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଆମେରିକା ରେଡ୍‌ କାର୍ପେଟ୍‌ ବିଛାଉଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମାନ ଗୁରୁତ୍ୱ ଦେଉନାହିଁ । ଦିନକୁ ଦିନ ସମଗ୍ର ବିଶ୍ୱରେ ଭାରତର ପତିଆରା ବଢୁଥିବାବେଳେ ପାକିସ୍ତାନ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳୀ ପାଲଟିଛି । ଏହା ଫଳରେ ସାରା ବିଶ୍ୱର ପାକିସ୍ତାନକୁ କେହି ଭରଷା କରିପାରୁନାହାନ୍ତି ।

ନିକଟରେ ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ ଆବାସୀଙ୍କୁ ଓ୍ଵାସିଂଟନ ଏୟାରପୋର୍ଟରେ ହଟହଟା ହେବାକୁ ପଡିଛି । ତାଙ୍କ ପାଖରେ ଡିପ୍ଲୋମାଟିକ ପାସପୋର୍ଟ ଥିବା ସତ୍ତ୍ୱେ ତାଙ୍କୁ ସାଧାରଣ ଯାତ୍ରୀଙ୍କ ଭଳି ପୋଷାକ ଖୋଲି ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଗତ ସପ୍ତାହରେ ଆବାସୀ ଓ୍ଵାସିଂଟନରେ ଥିବା ନିଜ ଅସୁସ୍ଥ ଭଉଣୀଙ୍କୁ ଦେଖିବାକୁ ଏକ ବ୍ୟକ୍ତିଗତ ଗସ୍ତରେ ଆମେରିକା ଯାଇଥିଲେ । ଏହି ଗ୍ରସ୍ତ ଅବସରରେ ହିଁ ତାଙ୍କୁ ଏୟାରପୋର୍ଟରେ ଉପରୋକ୍ତ ଯାଞ୍ଚ କରାଯାଇଥିଲା । ଏ ସଂପର୍କିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ପାକିସ୍ତାନ ଟିଭି ଚ୍ୟାନେଲ ଗୁଡ଼ିକରେ ଏହି ଘଟଣା ସଂପର୍କରେ ଗରମାଗରମ ଚର୍ଚ୍ଚା ହେଉଛି । କେତେକ ବ୍ୟକ୍ତି ଏଥିପାଇଁ ଆମେରିକାକୁ ଦୋଷ ଦେଉଥିବାବେଳେ ଆଉ କେତେକ ଆବାସୀ ନିଦ ପଦର ମର୍ଯ୍ୟଦା ରକ୍ଷା କରିପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର